26.1 C
Bhubaneswar
Saturday, May 30, 2026
Homeଓଡିଶାଭରତପୁର ଜଙ୍ଗଲକୁ ଫେରିଲେ ଦୁଇ ଦନ୍ତା

ଭରତପୁର ଜଙ୍ଗଲକୁ ଫେରିଲେ ଦୁଇ ଦନ୍ତା

ଭୁବନେଶ୍ୱର: ଭରତପୁର ଜଙ୍ଗଲକୁ ଫେରିଲେ ଦୁଇ ଦନ୍ତା ହାତୀ। ଆଜି ଭୋର ୪ଟାରେ ପଥରଗାଡ଼ିଆ ମଶାଣି ପାଚେରି ଭାଙ୍ଗି ଦନ୍ତା ହାତୀମାନେ ଜଙ୍ଗଲକୁ ଫେରିଯାଇଛନ୍ତି। ଗତ ୩ ଦିନ ହେବ ଦୁଇଟି ଦନ୍ତାହାତୀ ଶିଖର ଚଣ୍ଡି ପାହାଡରେ ଡେରା ପକାଇଥିଲେ । ଦୁଇ ଦନ୍ତା ହେଲେ ବଡ଼ ଫେରେକଟା ଓ ସାନ ଫେରେକଟା । ଦନ୍ତାହାତୀଙ୍କୁ ଘଉଡ଼ାଇବା ପାଇଁ ଚନ୍ଦକା ବନଖଣ୍ଡ ନାଇଟ ଅପରେସନ କରିଥିଲା । ଗତିବିଧି ଉପରେ ନଜର ରଖିବାକୁ ଭୁବନେଶ୍ୱର ବନାଞ୍ଚଳ ରେଞ୍ଜ ପକ୍ଷରୁ ୩ଟି ଟିମ ଗଠନ କରାଯାଇଥିଲା । ପାଣି ଟାଙ୍କି ପଟ ଘଞ୍ଚ ଜଙ୍ଗଲ ମଧ୍ୟରେ ଦନ୍ତା ଦୁଇଟି ଲୁଚି ରହିଥିଲେ । ସନ୍ଧ୍ୟା ୪ ଟାରୁ ‘ଅପରେସନ ଫେରେକଟା’ ଆରମ୍ଭ ହୋଇଥିଲା । ବନ ବିଭାଗ ପକ୍ଷରୁ ଡ୍ରୋନ, ନାଇଟ ଭିଜନ କ୍ୟାମେରା, ସାଇରନ ଆଦି ଉପକରଣ ବ୍ୟବହାର କରାଯାଇଥିଲା । ଦନ୍ତା ଦୁଇଟି ରାତିରେ ପାହାଡ଼ରୁ ବାହାରି ପାହାଡ଼ ତଳେ ଡେରା ପକାଇଥିଲେ । ପରେ ଆଜି ଭୋର ୪ଟାରେ ପଥରଗାଡ଼ିଆ ମଶାଣି ପାଚେରି ଭାଙ୍ଗି ଦନ୍ତା ହାତୀମାନେ ଜଙ୍ଗଲକୁ ଫେରିଯାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking