36.1 C
Bhubaneswar
Monday, May 20, 2024
Homeଅପରାଧକ୍ଷମା ନମାଗିବାରୁ ଯୁବକଙ୍କୁ ପିଟି ପିଟି ମାରିଦେଲେ ଦୁଇ ନାବାଳକ

କ୍ଷମା ନମାଗିବାରୁ ଯୁବକଙ୍କୁ ପିଟି ପିଟି ମାରିଦେଲେ ଦୁଇ ନାବାଳକ

ସୁନ୍ଦରଗଡ଼: ଭୁଲ ନମାଗିବାରୁ ଯୁବକଙ୍କୁ ପିଟିପିଟି ହତ୍ୟା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ । ଦୁଇ ନାବାଳକ ମିଶି ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ସୂଚନା ଅନୁସାରେ, ହେମଗିରି ଥାନା ଅନ୍ତର୍ଗତ ଜୁଲୁମବାହାଲ ପଞ୍ଚାୟତର ନାକଡ଼େରା ଗ୍ରାମରେ ଗତ ୪ ତାରିଖ ରାତିରେ ଘଟିଥିଲା ଏକ ହତ୍ୟାକାଣ୍ଡ । ଟିକେଶ୍ୱର ମଲ୍ଲିକ ଓରଫ ମିଲନଙ୍କୁ ପିଟି ପିଟି ହତ୍ୟା କରିଥିଲେ ୨ ନାବାଳକ । ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ନାବାଳକ ଛତିଶଗଡ଼ରୁ ଧରାପଡ଼ିଛନ୍ତି । ଗଣ୍ଡଗୋଳ ପରେ କ୍ଷମା ନମାଗିବାରୁ ଟିକେଶ୍ୱରଙ୍କୁ ସେମାନେ ହତ୍ୟା କରିଥିବା ଜଣାପଡ଼ିଛି ।

ନାବାଳକ ଦ୍ୱୟ ଏହି ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ପୋଲିସର ସୂଚନା ଅନୁଯାୟୀ, ନାକଡ଼େରା ଗ୍ରାମର ଟିକେଶ୍ୱର ଦିନ ମଜୁରିଆ ଭାବେ କାମ କରୁଥିଲେ । ଗତ ୧ ତାରିଖରେ ନୂଆବର୍ଷ ଉପଲକ୍ଷେ ଗ୍ରାମର ସମ୍ପୃକ୍ତ ଦୁଇ ନାବାଳକ ଓ ଅନ୍ୟ ୫- ୬ ଜଣଙ୍କ ସହ ଭୋଜି କରିବା ପାଇଁ ଯାଇଥିଲେ । ଭୋଜି ସ୍ଥଳରେ ୨ ନାବାଳକଙ୍କ ସହ ଟିକେଶ୍ୱରଙ୍କ ପାଟିତୁଣ୍ଡ ହୋଇଥିଲା । ଏପରିକି ଟିକେଶ୍ୱର ସେମାନଙ୍କୁ ମାଡ଼ ମଧ୍ୟ ମାରିଥିଲେ । ଏହା ପରଦିନ ଅର୍ଥାତ୍ ୨ ତାରିଖରେ ଟିକେଶ୍ୱର ଗ୍ରାମରେ ନିର୍ମାଣ ହେଉଥିବା ମନ୍ଦିର ନିକଟରେ ଛିଡ଼ା ହୋଇଥିବାବେଳେ ସମ୍ପୃକ୍ତ ୨ ନାବାଳକ ସେଠାରେ ପହଞ୍ଚି ଗାଳିଗୁଲଜ କରିଥିଲେ । ମାଡ଼ ମାରିଥିବାରୁ କ୍ଷମା ମାଗିବାକୁ କହିଥିଲେ । ତେବେ ସେମାନଙ୍କୁ କିଛି ନ କହି ଟିକେଶ୍ୱର ଘରକୁ ଚାଲି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking