29.1 C
Bhubaneswar
Tuesday, July 8, 2025
Homeଓଡିଶାସିଙ୍ଗାରୀ ଘାଟିରେ ପିକଅପ ଦୁର୍ଘଟଣା : ୨ମୃତ, ୧୦ ଆହତ, ୫ ଗୁରୁତର

ସିଙ୍ଗାରୀ ଘାଟିରେ ପିକଅପ ଦୁର୍ଘଟଣା : ୨ମୃତ, ୧୦ ଆହତ, ୫ ଗୁରୁତର

ଭବାନୀପାଟଣା/ଥୁଆମୂଳ ରାମପୁର,: ରାମପୁର-କଲମପୁର ମୁଖ୍ୟ ରାସ୍ତାର ସିଙ୍ଗାରୀ ଘାଟି ମଧ୍ୟରେ ଘଟିଛି ଏକ ପିକପ୍ ଭ୍ୟାନ୍ ଦୁର୍ଘଟଣା ଏହି ଦୁର୍ଘଟଣା ଯୋଗୁଁ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହେଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।୫ ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ସିନ୍ଧିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାର୍ଷିକୋଣା ଓ ମୁଣ୍ଡିଚୁଆର ହିତାଧିକାର ମାନେ ପ୍ରତି ମାସ ଭଳି ଚଳିତ ମାସର ପି.ଡି.ଏସ. ଋଉଳ ଆଣିବା ପାଇଁ ଦାସିଗାଁର ଏକ ପିକଅପ ଗାଡି ସହ ଯୋଗାଯୋଗ କରିଥିଲେ। ମଙ୍ଗଳବାର ସକାଳେ ଗ୍ରାମର ପ୍ରାୟ ୫୦ ଜଣ ହିତାଧିକାରୀଙ୍କ ଚାଉଳ ବୋଝେଇ କରି ପିକପ୍ ଭ୍ୟାନ୍ ନମ୍ବର ଓଡି ୦୮କ୍ୟୁ ୮୩୬୪ରେ ଲାଲୁ ମାଝୀ,ଡଙ୍ଗର ମାଝୀ,ଦଶରୁ ମାଝୀ, ତପସ୍ବିନୀ ମାଝୀ,ଶୋଭାମାଝୀ,ସାନୁ ମାଝୀ,ଜାନକୀ ମାଝୀ, ରୁପା ମାଝୀ ୧ ଓ ରୁପା ମାଝୀ ୨,କୁନି ମାଝୀ ମହେନ୍ଦ୍ର ମାଝୀ, ପ୍ରମୁଖ ସିଙ୍ଗାରୀ ଘାଟି ଦେଇ ଫେରୁଥିବା ବେଳେ ଘାଟିର ଶେଷ ମୁଣ୍ଡରେ ଥିବା ଏକ ମୋଡାଣିରେ ଡ୍ରାଇଭର ଗାଡି ଉପରେ ନିୟନ୍ତ୍ରଣ ହାଇବାରୁ ଘାଟିର ୩୦ ଫୁଟ ତଳକୁ ଗାଡି ଖସି ଓଲଟି ପଡିଥିଲା ଯାହାରି ଫଳରେ ଲାଲୁ ମାଝୀ ଓ ଢଙ୍ଗର ମାଝିଙ୍କ ଶୋଚନୀୟ ଭାବେ ମୃତ୍ୟୁ ହେଇଥିବା ବେଳେ ଅନ୍ୟ ମାନେ ଗୁରୁତର ଆହତ ହେଇଥିଲେ। କିଛି ଲୋକଙ୍କ ସୂଚନା ପାଇ ତୁରନ୍ତ ଆମ୍ବୁଲେନ୍ସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଗୁରୁତର ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ଦଶରୁ ମାଝୀ,ତପସ୍ବିନ ମାଝୀ,ଶୋଭା ମାଝୀ,ସାନ ମାଝୀ ଓ ଦୁବଲ ମାଝୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ମାନଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି।ଅନ୍ୟପଟେ ଥୁଆମୂଳ ରାମପୁର ପୁଲିସ ଥାନା ଅଧିକାରୀ ଗୋବିନ୍ଦ ମାଝୀ ଘଟଣା ସ୍ଥଳରେ ପହଂଚି ଶବ ଦୁଇଟିକୁ ଜବତ କରିବା ସହ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନିୟୋଜିତ ଶବ ବାହକ ଯାନ ସହାୟତାରେ ବ୍ୟବଚ୍ଛେଦ ପାଇଁ ଥୁଆମୂଲ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି
ସୂଚନାଯୋଗ୍ୟଯେ,ବାର୍ଷିକୋଣା ଗ୍ରାମ ପାଇଁ କୌଣସି ରାସ୍ତା ବ୍ୟବସ୍ଥା ନଥିବାରୁ ହିତାଧିକାରୀ ମାନେ ୩ ଗୋଟି ପାହାଡର ପଦଚଲା ରାସ୍ତାରେ ଦୀର୍ଘ ୧୫ କିଲୋମିଟର ଦୂରରେ ଥିବା ସିନ୍ଧିପଦର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଭତ୍ତା ଓ ଚାଉଳ ଆଣିଥାନ୍ତି।କିନ୍ତୁ କିଛି ଦିନ ହେବ ଗ୍ରାମବାସୀ ମାନେ ଏକ ଟଙ୍କିଆ ଚାଉଳ ଆଣିବା ପାଇଁ ଗାଡି ଭଡା କରି କଲମପୁର ସିଙ୍ଗାରୀ ଘାଟି ମଧ୍ୟ ଦେଇ ଦୀର୍ଘ ୫୦ କିଲୋମିଟର ଯାଇ ଚାଉଳ ଆଣୁଥିବା ବେଳେ ଏହି ଦୁର୍ଘଟଣାର ଶିକାର ହେଇଛନ୍ତି।ଏହି ଦୁର୍ଘଟଣା ଖବର ପାଇ ପୂର୍ବତନ ସମିତି ଅଧ୍ୟକ୍ଷ ଦ୍ରୌପଦୀ ମାଝୀ, ପୂର୍ବତନ ସମିତି ସଭ୍ୟ ମନୋରଞ୍ଜନ ନାଏକ ଓ କୃଷ୍ଣ ନାଏକ ପ୍ରମୁଖ ଦୁର୍ଘଟଣା ସ୍ଥଳରେ ପହଂଚିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଆହତ ମାନଙ୍କ ସ୍ଵାସ୍ଥ୍ୟବସ୍ଥା ବୁଝିଥିଲେ।ଦୁର୍ଘଟଣାରେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ସ୍ଥାନାନ୍ତର ହୋଇ ଆସିଥିବା ଗୁରୁତର ଆହତ ମାନଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇବା ସହ ଉତ୍ତମ ଚିକିତ୍ସା ପାଇଁ ଯୁବନେତା ଅବିନାଶ ଠାକୁର, ଶିବରାମ ପାତ୍ର, ସତ୍ୟବ୍ରତ ଦାସ,କାମାକ୍ଷ ସିଂହ ଦେଓ ଓ ଓଡିଶା ମୋ ପରିବାରର ସଂଯୋଜକ ହିମାଂଶୁ ନାଏକ ପ୍ରମୁଖ ସହଯୋଗ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking