27.1 C
Bhubaneswar
Friday, August 12, 2022
Homeଓଡିଶାଜାତୀୟ ମହିଳା ହକିରେ ଓଡିଶା ଚାମ୍ପିଅନ

ଜାତୀୟ ମହିଳା ହକିରେ ଓଡିଶା ଚାମ୍ପିଅନ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଜାତୀୟ ମହିଳା ସିନିଅର ହକିରେ ଓଡ଼ିଶା ଟିମର ବାଜିମାତ୍ । ଭୋପାଳରେ ଖେଳା ଯାଇଥିବା ଫାଇନାଲ ମ୍ୟାଚରେ କର୍ଣ୍ଣାଟକକୁ ହରାଇ ବିଜୟୀ ହୋଇଛି ଓଡ଼ିଶା । ୨-୦ ଗୋଲରେ ବିଜୟୀ ହୋଇ ଟାଇଟଲ୍ ହାସଲ କରିଛି ଅସ୍ମିତା ବାର୍ଲାଙ୍କ ନେତୃତ୍ୱାଧିନ ଓଡ଼ିଶା ଟିମ୍ । ଦଳ ପକ୍ଷରୁ ପୁନମ ବାର୍ଲା ଓ କାଞ୍ଚନ ବାର୍ଲା ଗୋଲ୍ ସ୍କୋର କରିଥିଲେ । ଦୁଇଟି ଯାକ ଗୋଲ୍ ଫିଲ୍ଡ ଗୋଲ୍ ଥିଲା । ସମଗ୍ର ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଉଚ୍ଚକୋଟୀର ପ୍ରଦର୍ଶନ କରିଛି । ସେମିଫାଇନାଲରେ ଓଡ଼ିଶା, ଶକ୍ତିଶାଳୀ ଝାଡ଼ଖଣ୍ଡକୁ ୫-୦ ଗୋଲରେ ହରାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking