36.1 C
Bhubaneswar
Saturday, May 4, 2024
Homeଓଡିଶାଆଜିଠାରୁ ଦୁଇଦିନିଆ ଭାରତ ବନ୍ଦ

ଆଜିଠାରୁ ଦୁଇଦିନିଆ ଭାରତ ବନ୍ଦ

ଭୁବନେଶ୍ୱର : ଆଜିଠାରୁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ମଞ୍ଚର ଦୁଇ ଦିନିଆ ସର୍ବଭାରତୀୟ ଧର୍ମଘଟ ବା ଭାରତ ବନ୍ଦ ଆରମ୍ଭ ହେବ।‌ ୧୨ ଦଫା ଦାବି ନେଇ ଏହି ଧର୍ମଘଟ କରାଯାଉଛି। ରେଳ ଷ୍ଟେସନ, ବିମାନବନ୍ଦର, ଅଫିସଗୁଡ଼ିକରେ ପିକେଟିଂ, ରାଜପଥ ଅବରୋଧ ଓ ରାସ୍ତାରୋକ କରାଯିବ। ତେବେ ଧର୍ମଘଟ ଯୋଗୁଁ ବସ୍ ସେବା ପ୍ରଭାବିତ ହେବାର କମ୍ ଆଶଙ୍କା ମଧ୍ୟ ରହିଛି। ରାଜ୍ୟ ବସ୍ ମାଲିକ ସଂଘର ପ୍ରବକ୍ତା ଦେବାଶିଷ ନାୟକ କହିଛନ୍ତି ଯେ ଧର୍ମଘଟ ସହ ଆମେ କୌଣସି ପ୍ରକାରରେ ଜଡ଼ିତ ନାହୁଁ।

ସୋମବାର ଦିନ ବସ୍ ସେବା ସ୍ବାଭାବିକ ରହିବ। ଯଦି କେଉଁଠାରେ ରାସ୍ତା‌ରୋକ କିମ୍ବା ଆଇନଶୃଙ୍ଖଳା ଭଳି ପରିସ୍ଥିତି ସୃଷ୍ଟି ହୁଏ, ସେଭଳି ଅଭାବନୀୟ ସ୍ଥିତିରେ ବସ୍ ସେବା ପ୍ରଭାବିତ ହୋଇପାରେ। ଅନ୍ୟଥା ସବୁ ବସ୍ ସ୍ବାଭାବିକ ଭାବେ ଚଳପ୍ରଚଳ କରିବ। ଧର୍ମଘଟ ଯୋଗୁଁ ଖୁଚୁରା ବଜାର ପ୍ରଭାବିତ ହେବ ନାହିଁ। ଦୋକାନ ବଜାର ସ୍ବାଭାବିକ ଭାବେ ଖୋଲାରହିବ ବୋଲି ଓଡ଼ିଶା ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି। ଏଆଇବିଓସି ଓ ନ୍ୟାସନାଲ୍ କନଫଡେରେସନ୍ ଅଫ୍ ବ୍ୟାଙ୍କ ଏମ୍ପ୍ଲଇଜ୍ (ଏନ୍‌ସିବି) ଧର୍ମଘଟରେ ସାମିଲ ହୋଇନଥିବାରୁ ଷ୍ଟେଟ୍‌ ବ୍ୟାଙ୍କର ଶାଖାଗୁଡ଼ିକ ଆଜି ଖୋଲା ରହିବ ବୋଲି ୟୁନାଇଟେଡ୍‌ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍‌ (ୟୁଏଫ୍‌ବିୟୁ)ର ସଂଯୋଜକ ରଘୁନାଥ ପ୍ରସାଦ ଦାସ କହିଛନ୍ତି।

ଯେହେତୁ ଏଆଇବିଇଏ, ଆଇବିଓଏ ଓ ବେଫି ଭଳି ସଂସ୍ଥା ଧର୍ମଘଟକୁ ସମର୍ଥନ କରୁଛନ୍ତି ଓ ସବୁ ସଂଘ ଓଡ଼ିଶାରେ ସକ୍ରିୟ ରହିଛନ୍ତି ତେଣୁ ଅନ୍ୟ ସବୁ ବ୍ୟାଙ୍କଗୁଡ଼ିକ ଆସନ୍ତାକାଲି ଓ ତା’ ପରଦିନ ବନ୍ଦ ରହିବ ବୋଲି ସେ କହିଛନ୍ତି। କିନ୍ତୁ, ଅଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ପ୍ରକାଶ ରାୟ କହିଛନ୍ତି ଯେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଘରୋଇକରଣ ଲାଗି ସରକାର ଯେଉଁ ନୀତି ଆଣିଛନ୍ତି ତାହାକୁ ଆମେ ଦୃଢ଼ ବିରୋଧ କରୁଛୁ। ଏହି କାର୍ଯ୍ୟରୁ ବିରତ ରହିବା ଲାଗି ଆମେ ଏହି ଧର୍ମଘଟ ଜରିଆରେ ସରକାରଙ୍କୁ ଚେତାବନୀ ଦେବାକୁ ଚାହୁଛୁ। ଆଜି ରାଜ୍ୟରେ ଥିବା ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିବ। ଯେଉଁ ଶାଖା ଖୋଲାରହିବ ସେଠାରେ ପିକେଟିଂ କରି ବନ୍ଦ କରାଯିବାର ଯୋଜନା ରହିଛି ବୋଲି ସେ କହିଛନ୍ତି। ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ କହିଛନ୍ତି ଯେ ଧର୍ମଘଟ ଦୁଇ ଦିନରେ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକ ସ୍ବାଭାବିତ ‌ଭାବେ ଖୋଲାରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking