20.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶଏଣିକି ଟ୍ୱିଟର ବ୍ଲୁ ଟିକ୍ ସେବା ପାଇଁ ଦେବାକୁ ପଡିବ ଟଙ୍କା

ଏଣିକି ଟ୍ୱିଟର ବ୍ଲୁ ଟିକ୍ ସେବା ପାଇଁ ଦେବାକୁ ପଡିବ ଟଙ୍କା

ନୂଆଦିଲ୍ଲୀ: ଭାରତରେ ଦେୟଯୁକ୍ତ ବ୍ଲୁ ଟିକ୍ ସେବା ଲଞ୍ଚ୍ କଲା ଟ୍ୱିଟର । ଏଣିକି ଟ୍ବିଟର୍ ବ୍ଲୁ ଟିକ୍ ସେବା ପାଇଁ ଦେବାକୁ ପଡିବ ଟଙ୍କା । ୱେବ୍‌ରେ ବ୍ଲୁ ସର୍ଭିସ୍ ସବ୍‌ସ୍କ୍ରିପସନ୍ ପାଇଁ ଏଣିକ ଭାରତୀୟ ଟ୍ୱିଟର ବ୍ୟବହାରକାରୀଙ୍କୁ ମାସିକ ୬୫୦ ଟଙ୍କା, ଆଣ୍ଡ୍ରଏଡ୍ ଏବଂ ସଙଝ ମୋବାଇଲ୍ ଡିଭାଇସରେ ୯୦୦ ଟଙ୍କା ଦେବାକୁ ପଡିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି । କମ୍ପାନୀ ଏନେଇ ଘୋଷଣା କରିବା ସହ ଟ୍ୱିଟର ବ୍ଲୁ ସର୍ଭିସ୍ ବର୍ତ୍ତମାନ ଭାରତ, ବ୍ରାଜିଲ ଏବଂ ଇଣ୍ଡୋନେସିଆକୁ ବିସ୍ତାର କରିଥିବା କହିଛି ।

ଏଲନ୍ ମସ୍କଙ୍କ ଦ୍ୱାରା ପରିଚାଳିତ ଟ୍ୱିଟର ଭାରତରେ ମଧ୍ୟ ଟ୍ୱିଟର ବ୍ଲୁ ସର୍ଭିସ୍ ପ୍ଲାନ୍ ପାଇଁ ଅଫର୍ ଦେବ । ଏଥିରେ ବ୍ୟବହାରକାରୀଙ୍କୁ ବାର୍ଷିକ ୬,୮୦୦ ଟଙ୍କା ରିହାତି ପ୍ଲାନରେ ମାସକୁ ପ୍ରାୟ ୫୬୬.୬୭ ଟଙ୍କା ଦେବାକୁ ପଡିବ । ବର୍ତ୍ତମାନ ଟ୍ୱିଟର ବ୍ଲୁ ସର୍ଭିସ୍ ଆମେରିକା, କାନାଡା, ଜାପାନ, ବ୍ରିଟେନ ଏବଂ ସାଉଦି ଆରବ ସମେତ ୧୫ଟି ବିଶ୍ୱ ବଜାରରେ ଉପଲବ୍ଧ । ଏହି ମାସ ଆରମ୍ଭରେ, ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଏହାର ବ୍ଲୁ ସେବାକୁ ଆହୁରି ୬ଟି ଦେଶକୁ ବିସ୍ତାର କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking