20.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶଟିକା ନେବା ପରେ ବେହୋସ୍ ହୋଇଗଲେ ୧୨ ପିଲା

ଟିକା ନେବା ପରେ ବେହୋସ୍ ହୋଇଗଲେ ୧୨ ପିଲା

ଭୋପାଳ: କୋରୋନା ଟିକା ନେବା ପରେ ପିଲା ବେହୋସ୍‌୧୨ ପିଲା । ଜଣେ କି ଦୁଇ ଜଣ ନୁହେଁ, ୧୨ ଜଣ ପିଲା ଟିକା ନେଇ ଏପରି ଭାବେ ଅସୁସ୍ଥ ହୋଇଯାଇଛନ୍ତି । ମଧ୍ୟପ୍ରଦେଶ ସତନାରୁ ଏହି ଖବର ସାମ୍ନାକୁ ଆସିଛି । କୋରୋନା ଟିକା ନେବା ପରେ ହଠାତ୍ ୧୨ ଜଣ ଚେତାଶୂନ୍ୟ ହୋଇଯାଇଛନ୍ତି । ଅସୁସ୍ଥ ପିଲାମାନଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ପିଲାମାନଙ୍କ ବୟସସୀମା ୧୨ରୁ ୧୪ ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି । ଡାକ୍ତରଙ୍କ କହିବା ଅନୁଯାୟୀ, ଟିକା ନେବା ସମୟରେ ଅତ୍ୟଧିକ ଭୟଭୀତ ହେବା ଯୋଗୁଁ ପିଲାମାନେ ଏପରି ଭାବେ ଚେତାଶୂନ୍ୟ ହୋଇଯାଇଥିଲେ ।

ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯିବା ପରେ ଏବେ ସମସ୍ତେ ହୋସ୍‌କୁ ଆସିଛନ୍ତି ଏବଂ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ସ୍ଥିର ରହିଛି । ତେବେ ପିଲାମାନେ ଏପରି ବେହୋସ୍ ହୋଇଯିବାର କାରଣ ଭୟ କୁହାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ମାର୍ଚ୍ଚ ୧୬ରୁ ଦେଶବ୍ୟାପୀ ୧୨ ରୁ ୧୪ ବର୍ଷ ବୟସ୍କଙ୍କ ଟୀକାକରଣ ଆରମ୍ଭ ହୋଇଛି । ଏହି କିଶୋର କିଶୋରୀମାନଙ୍କୁ କୋରୋନା ଟିକା କୋର୍ବୋଭାକ୍ସ ଦିଆଯାଉଛି । ଏବେସୁଦ୍ଧା ଦେଶରେ ପ୍ରାୟ ୧ କୋଟି ୧୨ ରୁ ୧୪ ବର୍ଷ ବର୍ଗ ଟିକା ନେଇଛନ୍ତି । ମୋଟାମୋଟି ଭାବେ ଏଯାବତ୍ ୧୮୨.୮୩ କୋଟି ଡୋଜ୍ ଟିକାକରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking