ନୂଆଦିଲ୍ଲୀ: ଟିଭିଏସ ଜୁପିଟର ୧୨୫ ସ୍କୁଟର ଭାରତୀୟ ବଜାରରେ ଲଂଚ ହୋଇଛି । ଇଣ୍ଡିଆ ୟାମାହା ଏହାକୁ ୧୨୫ ସିସି ସେଗମେଣ୍ଟରେ ଲଂଚ କରିଛି । ଯେଉଁଥିରେ ଅନେକ ସେଗମେଣ୍ଟ ଫାର୍ଷ୍ଟ ଫିଚର୍ସ ଦିଆଯାଇଛି । ଭାରତୀୟ ବଜାରରେ ଏହାର ସୁଜୁକି ଆକସେସ ୧୨୫ ସହ ସିଧା ଟକ୍କର ହେବ ।
ଟିଭିଏସ ଜୁପିଟର ୧୨୫ରେ ପାୱାର ପାଇଁ ୧୨୪.୮ ସିସିର ସିଙ୍ଗଲ ସିଲିଣ୍ଡର, ୨ ବଲବ, ୪ ଷ୍ଟ୍ରୋକ, ଏୟାର କୁଲ୍ଡ ଇଂଜିନ ଦିଆଯାଇଛି ।
ସୁଜୁକି ଆକସେସ ୧୨୫ରେ ପାୱାର ପାଇଁ ବିଏସ୬ କମ୍ପାଇଣ୍ଟ ର ୧୨୪ ସିସିର ୪ ଷ୍ଟ୍ରୋକ, ସିଙ୍ଗଲ ସିଲିଣ୍ଡର, ଏୟାର କୁଲ୍ଡ, ୨ ବଲବ ଏସଧଏଚସି ଇଂଜିନ ଦିଆଯାଇଛି ।
ଟିଭିଏସ ଜୁପିଟର ୧୨୫ ଇଂଜିନ ୬୫୦୦ ଆରପିଏମରେ ୮.୦୪ ବିଏଚପିର ମ୍ୟାକ୍ସିମମ ପାୱାର ଓ ୪୫୦୦ ଆରପିଏମରେ ୧୦.୫ ଏନଏମପ ପିକ ଟର୍କ ଜେନେରଟ କରିଥାଏ ।
ସୁଜୁକି ଆକସେସ ୧୨୫ର ଇଂଜିନ ୬୭୫୦ ଆରପିଏମ ରେ ୮.୬ ବିଏଚପିର ମ୍ୟାକ୍ସିମମ ପାୱାର ଓ ୫୫୦୦ ଆରପିଏମରେ ୧୦ ଏନଏମର ପିକ ଟର୍କ ଜେନେରଟ କରିଥାଏ ।
ଟିଭିଏସ ଜୁପିଟର ୧୨୫ର ଇଂଜିନ ସିଭିଟି ଅଟୋମେଟିକ ଟ୍ରାନ୍ସମିଶନରେ ଲାସ ରହିଛି । ସୁଜୁକି ଆକସେସ ୧୨୫ର ଇଂଜିନ ସିଭିଟିରେ ଲାସ ରହିଛି ।
ଟିଭିଏସ ଜୁପିଟର ୧୨୫ ର ଫ୍ରଣ୍ଟରେ ୨୩୦ ମିଲିମିଟରର ଡିସ୍କ ବ୍ରେକ କିମ୍ବା ୧୩୦ ମିଲିମିଟର ର ଡ୍ରମ ବ୍ରେକ ଚୟନ କରିବାର ବିକଳ୍ପ ରହିଛି । ସେହିଭଳି ଏହାର ରିୟରରେ ୧୩୦ ମିଲିମିଟର ର ଡ୍ରମ ବ୍ରେକ ଦିଆଯାଇଛି ।
ସୁଜୁକି ଆକସେସ ୧୨୫ର ଫ୍ରଣ୍ଟରେ ଡିସ୍କ ବ୍ରେକ ଦିଆଯାଇଛି । ସେହିଭଳି ଏହାର ରିୟରରେ ଡ୍ରମ ବ୍ରେକ ଦିଆଯାଇଛି ।
ଟିଭିଏସ ଜୁପିଟରରେ ୫.୧ ଲିଟର କ୍ଷମତା ବିଶିଷ୍ଟ ପେଟ୍ରୋଲ ଟ୍ୟାଙ୍କ ଥିବା ବେଳେ ସୁଜୁକି ଆକସେସରେ ୫ ଲିଟରର ଫୁଏଲ ଟ୍ୟାଙ୍କ ରହିଛି ।
ଭାରତୀୟ ବଜାରରେ ଟିଭିଏସ ଜୁପିଟର ୧୨୫ର ମୂଲ୍ୟ ଦିଲ୍ଲୀ ଏକ୍ସ ସୋରୁମରେ ୭୩୪୦୦ରୁ ୮୧୩୦୦ ଯାଏଁ ରହିଛି । ସେହିଭଳି ସୁଜୁକି ଆକସେସ ୧୨୫ରେ ଦିଲ୍ଲୀ ଏକ୍ସ ସୋରୁମର ମୂଲ୍ୟ ୭୩୪୦୦ରୁ ୭୮୮୦୦ ଟଙ୍କା ରହିଛି ।