30.1 C
Bhubaneswar
Monday, June 16, 2025
Homeଓଡିଶାଏହି ସରକାର ଏସଇବିସି ଅର୍ଥ ଏ ପର୍ଯ୍ୟନ୍ତ ବୁଝି ନାହାନ୍ତି: ବିଜେଡି

ଏହି ସରକାର ଏସଇବିସି ଅର୍ଥ ଏ ପର୍ଯ୍ୟନ୍ତ ବୁଝି ନାହାନ୍ତି: ବିଜେଡି

ଭୁବନେଶ୍ୱର: ଏହି ସରକାର ଏସଇବିସି ଅର୍ଥ ଏ ପର୍ଯ୍ୟନ୍ତ ବୁଝି ନାହାନ୍ତି । ସମ୍ବିଧାନର ବ୍ୟବସ୍ଥା ଅଛି ଯେ ଏସଇବିସି ର ହେଉଛି Socially and Educationally Backward Classes କିନ୍ତୁ ଏହି ସରକାର ଦ୍ବାରା ପ୍ରକାଶିତ ବିଜ୍ଞପ୍ତି ରେ ଏହାକୁ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗ କ‌ଥା ଉଲ୍ଲେଖ କରାଯାଇଛି । ରାଜ୍ୟ ସରକାରଙ୍କ ମୁଣ୍ଡରେ ଏହା କିପରି ପୁରା ଯାଇପାରିବ ଆପଣ ଚାହିଁଲେ ହୋଇପାରିବ । ରାଜ୍ୟ ସରକାର ଯେଉଁ ସାଧାରଣ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ଏହାର କୌଣସି ଆବଶ୍ୟକ‌ତା ନ ଥିଲା । ସଂରକ୍ଷଣ ର ଆବଶ୍ୟକତା ଥିଲା ବୈଷୟିକ, ଧନ୍ଦାମୂଳକ ଓ ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ଅର୍ଥାତ Engineering, Medical Science, Pharmacy, ITI, Diploma କ୍ଷେତ୍ରରେ ସଂରକ୍ଷଣ । MBA ବର୍ତ୍ତମାନ ସାମଗ୍ରିକ ଭାବରେ Technical Education, ବେସରକାରୀ ସଂସ୍ଥା ଦ୍ବାରା ପରିଚାଳିତ ହେଉଛି ଏଠାରେ ଯେଉଁମାନଙ୍କ ପାଖରେ ସମ୍ବଳ ଅଛି ସେମାନେ ଏଠାରେ ପଢିପାରିବେ ।

ସାଧାରଣ ଶିକ୍ଷାରେ ସଂରକ୍ଷଣ ଆବଶ୍ୟକତା ନ ଥିଲା କେତେକ ହାତଗଣତି, ଶିକ୍ଷାନୁଷ୍ଠାନ ଯଥା – BJB College, Ravenshaw College, RD Womens University ପ୍ରତିଯୋଗୀତା ଅଧିକ ରହିଛି ହେଲେ ପ୍ରାୟ 90% ସାଧାରଣ ଶିକ୍ଷାନୁଷ୍ଠାନରେ ମଞ୍ଜୁରୀ ପ୍ରାପ୍ତ seat fillup ହୋଇ ପାରୁନାହିଁ କେବଳ ବିଜ୍ଞାନକୁ ଛାଡି ଦେଲେ, Arts & Commerce discipline ରେ ଛାତ୍ର ସଂଖ୍ୟା ଶିକ୍ଷକ ଙ୍କ ସଂଖ୍ୟା ଠାରୁ କମ ଥିବାର ଖବର ମିଳୁଛି । ତେଣୁ ସରକାରଙ୍କ ଏହି ନିଷ୍ପଭି ପଛୁଆ ଶ୍ରେଣୀ ବର୍ଗର କୌଣସି ପ୍ରକାର ହିତ ସାଧନ କରିବ ନାହିଁ । ଅନ୍ୟାନ୍ୟ ରାଜ୍ୟରେ ବୈଷୟିକ ଶିକ୍ଷା କ୍ଷେତ୍ରରେ କେତେ percentage ସଂରକ୍ଷଣ ରହିଛି ମୁଁ ଏଠାରେ ଆପଣଙ୍କୁ ତାର ଏକ ତାଲିକା ଦେଉଛି । ଏଥୁରୁ ଆପଣ ଜାଣିପାରିବେ ରାଜ୍ୟ ପଛୁଆ ବର୍ଗ କିପରି ତାଙ୍କର ସାମ୍ବିଧାନିକ ଅର୍ଧକାରରୁ ପିଢି ପରେ ପିଢି ବଞ୍ଚିତ ରହି ଆସିଛି । ମୋର ଦାବି ହେଉଛି ମାନ୍ୟବର ମୋହନ ମାଝି ଙ୍କ ସରକାର ଅବିଳମ୍ବେ ବୈଷୟିକ ଶିକ୍ଷା କ୍ଷେତ୍ରରେ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ଥିବା ବର୍ଗ ମାନଙ୍କ ପାଇଁ 27% ସଂରକ୍ଷଣ ବ୍ୟବସ୍ଥା କରନ୍ତୁ । ଏହା ନକଲେ ଆଗାମୀ ଦିନରେ ଏହି ସରକାର ଏକ ଜୋରଦାର ଜନ ଆନ୍ଦୋଳନକୁ ସାମ୍ନା କରିବେ ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking