38.1 C
Bhubaneswar
Tuesday, April 23, 2024
Homeଓଡିଶାବାଲିକୁଦା ଟୀକାକରଣ କେନ୍ଦ୍ର ଆଗରେ ଟୀକା ନେବା ପାଇଁ ଅଦ୍ଭୂତପୂର୍ବ ଭିଡ଼ ଓ ଠେଲାପେଲା

ବାଲିକୁଦା ଟୀକାକରଣ କେନ୍ଦ୍ର ଆଗରେ ଟୀକା ନେବା ପାଇଁ ଅଦ୍ଭୂତପୂର୍ବ ଭିଡ଼ ଓ ଠେଲାପେଲା

ଜଗତସିଂହପୁର- ଟୀକା ନେବା ପାଇଁ ଅଦ୍ଭୂତପୂର୍ବ ଭିଡ଼ ଓ ଠେଲାପେଲା ଏଭଳି ଚିତ୍ର ଆସିଛି ବାଲିକୁଦା ଟୀକାକରଣ କେନ୍ଦ୍ରରୁ । କିଭଳି ଟୀକାକରଣ କେନ୍ଦ୍ର ଆଗରେ ଭୋର ଚାରିଟାରୁ ଲୋକମାନେ ଧାଡ଼ିବାନ୍ଧି ଠିଆ ହୋଇଛନ୍ତି ଓ ଠେଲାପେଲା ହୋଇ ଟୀକା ନେବାକୁ ପ୍ରତିଯୋଗିତା ଚାଲିଛି ତାହା ସମସ୍ତଙ୍କୁ ଆଚମ୍ବିତ କରୁଛି । ଦେଖାଯାଉଛି କାହା ମୁହଁରେ ମାକ୍ସ ନାହିଁ କି ସାମାଜିକ ଦୂରତ୍ୱ ନାହିଁ । ଖୋଲାଖୋଲି ଭାବରେ କରୋନା ନିୟମର ଉଲଘଂନ କରୁଛନ୍ତି ଲୋକମାନେ । ଏଭଳି ଭାବରେ ଟୀକା ନେବାକୁ ଆସି କରୋନା ସଂକ୍ରମିତ ହେବେ ନାହିଁ ବୋଲି କହିହେବ ନାହିଁ । ଏଭଳି ଅବ୍ୟବସ୍ଥାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପ୍ରତିକାର ନ ଥିବା ସମସ୍ତଙ୍କୁ ତାଯୁବ କରିଛି ।କରୋନା ମହାମାରୀ ପାଇଁ ସାରା ଦେଶରେ ଟୀକାକରଣ ଜୋରଦାର କରାଯାଉଛି ଏବଂ ଟିକାନେବା ପାଇଁ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ମଧ୍ୟ ସଚେତନ କରାଯାଉଛି କିନ୍ତୁ ଟୀକା ଅଭାବରୁ ଟୀକାକରଣ କେନ୍ଦ୍ର ଆଗରେ ଏଭଳି ଭିଡ଼ ହେଉଥିବା ଜନସାଧାରଣରେ ଆଲୋଚନା ହେଉଛି ।

 

ପ୍ରତାପ କୁମାର ସିଙ୍ଗଙ୍କ ରିପୋର୍ଟ ONA KHABAR

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking