35.1 C
Bhubaneswar
Monday, June 17, 2024
Homeଅପରାଧପରକୀୟା ପ୍ରୀତିର କରୁଣ ପରିଣତି; ହେମଦସ୍ତାରେ ସ୍ତ୍ରୀର ମୁଣ୍ଡକୁ ଛେଚିଲା ସ୍ୱାମୀ

ପରକୀୟା ପ୍ରୀତିର କରୁଣ ପରିଣତି; ହେମଦସ୍ତାରେ ସ୍ତ୍ରୀର ମୁଣ୍ଡକୁ ଛେଚିଲା ସ୍ୱାମୀ

ଗୋପ : ପୁରୀ ଜିଲ୍ଲା ଗୋପ ଥାନାରେ ଘଟିଛି ଭୟଙ୍କର ହତ୍ୟାକାଣ୍ଡ । ଗୋପ ଥାନା ଅନ୍ତର୍ଗତ ସୋରଭା ପଞ୍ଚାୟତର ଦୁର୍ଗାପୁର ଗାଁରେ ଜଣେ ଲୋକ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଛି। ଅଭିଯୁକ୍ତ ହେଲେ ଦେବରାଜ ସାହୁ। ସୂଚନା ଅନୁଯାୟୀ, ଦେବରାଜ ସାହୁ ତାଙ୍କ ସ୍ତ୍ରୀ କଳ୍ପନା ସାହୁଙ୍କର ଜଣେ ଯୁବକଙ୍କ ସହ ପରକୀୟ ସଂପର୍କକୁ ନେଇ ଅତିଷ୍ଠ ହୋଇଥିଲେ। ଗତକାଲ ରାତିରେ ଉକ୍ତ ଯୁବକ ସହ କଳ୍ପନାଙ୍କୁ ଅସଂଯତ ଅବସ୍ଥାରେ ଦେଖି ଉତକ୍ଷିପ୍ତ ହୋଇଥିଲେ। ତାପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଦେବରାଜ ହେମଦସ୍ତାରେ ସ୍ତ୍ରୀ କଳ୍ପନାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଏହାଫଳରେ ଘଟଣାସ୍ଥଳରେ ହିଁ କଳ୍ପନାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସକାଳେ ଏକଥା ଜାଣି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଅଭିଯୁକ୍ତ ଦେବରାଜ ସାହୁଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking