36.1 C
Bhubaneswar
Monday, June 17, 2024
Homeଅପରାଧହନି ଟ୍ରାପରେ ପଡ଼ିଥିଲେ ବାଂଲାଦେଶ ସାଂସଦ

ହନି ଟ୍ରାପରେ ପଡ଼ିଥିଲେ ବାଂଲାଦେଶ ସାଂସଦ

କୋଲକାତା : ଚିକିତ୍ସା ପାଇଁ ଚଳିତ ମାସରେ କୋଲକାତା ଆସିଥିବା ଜଣେ ବାଂଲାଦେଶ ସାଂସଦ ନିଖୋଜ ହୋଇଯାଇଥିଲେ ଏବଂ ପରେ ତାଙ୍କୁ ହତ୍ୟା କରାଯାଇଥିଲା। କୋଲକାତାର ନ୍ୟୁ ଟାଉନ୍‌ ଅଞ୍ଚଳର ଏକ ଫ୍ଲାଟ୍‌ରେ ବାଂଲାଦେଶ ସାଂସଦ ଅନୱରୁଲ ଆଜିମ ଅନାର (୫୬)ଙ୍କୁ ଅତି ବିଭତ୍ସ ହତ୍ୟା ସଂକ୍ରାନ୍ତ ତଥ୍ୟ ଆଜି ସାମ୍ନାକୁ ଆସିଛି। ଅନୱରୁଲ ମେ’ ୧୨ ତାରିଖରେ କୋଲକାତା ପହଞ୍ଚିଥିଲେ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଗୋପାଳ ବିଶ୍ବାସଙ୍କ ସହ ଉତ୍ତର କୋଲକାତାର ସିନ୍ଥି ସ୍ଥିତ ତାଙ୍କ ବାସଭବନରେ ରହିଥିଲେ। ବିଶ୍ବାସଙ୍କ କହିବା ଅନୁଯାୟୀ ସାଂସଦ ତାଙ୍କ ଘରୁ ତା’ ପରଦିନ ଯାଇଥିଲେ। ‌ସେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯିବେ ବୋଲି କହିଥିଲେ। ଏହାପରେ ସେ ୨ ଜଣ ପୁରୁଷ ଏବଂ ଜଣେ ମହିଳାଙ୍କ ସହ ନ୍ୟୁ ଟାଉନ୍‌ ସ୍ଥିତ ଏକ ଫ୍ଲାଟ୍‌କୁ ଯାଇଥିଲେ ଏବଂ ସେଠାରୁ ଆଉ ବାହାରିବା ଦେଖାଯାଇନଥିଲା। ପୁଲିସ ସୂତ୍ରରୁ ସୂଚନା ଅନୁସାରେ, ମହିଳା ଜଣକ ହେଉଛନ୍ତି ଶିଲନ୍ତି ରେହମନ। ସେ ମୁଖ୍ୟ ଅଭିଯୁକ୍ତ ତଥା ହତ୍ୟାକାରଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ସାଂସଦ ଅନୱାରୁଲଙ୍କ ଘନିଷ୍ଠ ବନ୍ଧୁ ଅଖତରୁଜମାନର ଗର୍ଲଫ୍ରେଣ୍ଡ।
ହତ୍ୟାକାଣ୍ଡ ସମୟରେ ଶିଲନ୍ତି କୋଲକାତାରେ ଥିଲେ ଏବଂ ଏହାପରେ ମୁଖ୍ୟ ସନ୍ଦିଗ୍ଧ ହତ୍ୟାକାରୀ ଅମାନଉଲ୍ଲା ଅମାନଙ୍କ ସହ ଢାକା ଫେରିଯାଇଥିବା ପୁଲିସ କହିଛି। ପୁଲିସ ସୂତ୍ରରୁ ଜଣାଯାଇଛି ଯେ, ଅନୱାରୁଲଙ୍କୁ ବାଂଲାଦେଶରୁ କୋଲକାତା ଆଣିବା ପାଇଁ ଶିଲନ୍ତିଙ୍କୁ ହନି ଟ୍ରାପରେ ବ୍ୟବହାର କରାଯାଇଥିଲା। ଏଥିପାଇଁ ଶିଲନ୍ତିଙ୍କୁ ମାଷ୍ଟରମାଇଣ୍ଡ ୫ କୋଟି ଟଙ୍କା ଦେଇଥିବା ପୁଲିସ କହିଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ବାବଦରେ ଏଯାଏ ସ୍ପଷ୍ଟ କରିନଥିଲେ ମଧ୍ୟ ଟଙ୍କା ଲେଣଦେଣକୁ ନେଇ ଏପରି କରାଯାଇଥାଇପାରେ ବୋଲି କୁହାଯାଉଛି। ପ୍ରକାଶ ଥାଉକି, କୋଲକାତାରେ ବାଂଲାଦେଶ ଅୱାମି ଲିଗ୍ ପାର୍ଟି ସାଂସଦ ଅନୱାରୁଲ ଅଜିନ ଅନୱାରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ପଶ୍ଚିମବଙ୍ଗ ସିଆଇଡି ତଦନ୍ତରୁ ଜାଣିବାକୁ ପାଇଛି। ସିଆଇଡି କହିବା ଅନୁସାରେ, ଅନୱାର ମେ ୧୨ରେ ଡାକ୍ତରୀ ପରୀକ୍ଷା ପାଇଁ ବାଂଲାଦେଶରୁ କୋଲକାତା ଆସିଥିଲେ। କୋଲକାତା ବିମାନବନ୍ଦରରେ ଏକ ଆପାର୍ଟମେଣ୍ଟରେ ରହୁଥିଲେ। ତିନି ଦିନ ଧରି ତାଙ୍କର କୌଣସି ଖୋଜ୍ ଖବର ନ ମିଳିବାରୁ ନିଖୋଜ ନେଇ ଅଭିଯୋଗ ପରେ ମାମଲାର ପର୍ଦ୍ଦାଫାସ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking