31.1 C
Bhubaneswar
Monday, June 17, 2024
Homeଦେଶ ବିଦେଶକେଉଁଠି ଆଣି ପହଞ୍ଚାଇଲା ଗୁଗୁଲ୍‌ ମ୍ୟାପ୍‌...

କେଉଁଠି ଆଣି ପହଞ୍ଚାଇଲା ଗୁଗୁଲ୍‌ ମ୍ୟାପ୍‌…

ହାଇଦ୍ରାବାଦ୍‌ : ଗୁଗୁଲ୍‌ ମ୍ୟାପ୍‌ ର ବ୍ୟବହାର ପଡିଲା ମାହାଙ୍ଗା । ପର୍ଯ୍ୟଟକ ପହଞ୍ଚିଲେ ଜଳରାଶି ଭିତରେ । ତେବେ ଏଭଳି ଘଟଣା ହାଇଦ୍ରାବାଦର ରେ ଘଟିଛି । ଏକ ପର୍ଯ୍ୟଟକ ଦଳ ଗୁଗୁଲ୍ ମ୍ୟାପକୁ ଅନୁସରଣ କରି ଯାଉଥିବା ବେଳେ ପାଣି ଭିତରେ ଗାଡ଼ି ପୂରାଇ ଦେଇ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେରଳର କୋଟାୟାମ ଜିଲ୍ଲାର କୁରୁପନ୍ତରା ଅଞ୍ଚଳରେ ଏକ ଏସୟୁଭି ଚଳାଇ ଯାଉଥିବା କିଛି ଯାତ୍ରୀ ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଶନିବାର ସକାଳେ ୩ ଜଣ ପୁରୁଷ ଓ ଜଣେ ମହିଳା ପର୍ଯ୍ୟଟକ ଯାଉଥିବା ବେଳେ ଏହି ଘଟଣା ଘଟିଛି। ପର୍ଯ୍ୟଟକମାନଙ୍କର କୌଣସି ପ୍ରକାରର ଆଘାତ ଲାଗିନାହିଁ। ଠିକ ସମୟରେ ପୁଲିସ କର୍ମଚାରୀ ଏବଂ ସ୍ଥାନୀୟ ଲୋକ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ କାରଟି ସ୍ରୋତରେ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିଲା ଏବଂ ଏହାକୁ ପୁନରୁଦ୍ଧାର ପାଇଁ ଉଦ୍ୟମ ଚାଲିଛି। କେରଳରେ ପ୍ରବଳ ବର୍ଷା ହେତୁ ପର୍ଯ୍ୟଟକମାନେ ଯେଉଁ ରାସ୍ତାରେ ଯାଉଥିଲେ ସେହି ସ୍ରୋତରୁ ଜଳ ପ୍ରବାହିତ ହେଉଥିଲା। ଡ୍ରାଇଭର ଏହି ମାର୍ଗ ଦେଖି ନଥିଲେ ଏବଂ ଅନ୍ଧ ଭାବରେ ଗୁଗୁଲ୍ ମ୍ୟାପ୍‌କୁ ଅନୁସରଣ କରି ଜଳରାଶି ଭିତରକୁ ପଶି ଯାଇଥିଲେ। ନିକଟସ୍ଥ ପୁଲିସ ପାଟ୍ରୋଲିଂ ୟୁନିଟ୍ ଏବଂ ସ୍ଥାନୀୟ ବାସିନ୍ଦା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ‌ଦୌଡ଼ିଥିଲେ। ଏହା ପୂର୍ବରୁ ଗୁଗୁଲ୍ ମ୍ୟାପ୍ ଦ୍ୱାରା ବିଭ୍ରାନ୍ତ ହୋଇଥି‌ଲେ ତାମିଲନାଡୁର ଜଣେ ଚାଳକ। ରାସ୍ତା ନଜାଣିଥିଲେ ଗୁଗୁଲ୍‌ ମ୍ୟାପ୍‌ର ସାହାଯ୍ୟ ନିଅନ୍ତୁ, ହେଲେ ଅନ୍ଧ ଭଳି ଟେକ୍‌ନୋଲୋଜିକୁ ଆଦୌ ବିଶ୍ବାସ କରନ୍ତୁ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking