30.1 C
Bhubaneswar
Friday, April 26, 2024
Homeଲାଇଫ୍ ଷ୍ଟାଇଲ୍ଜାଣିଛନ୍ତି କି ? ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ହଳଦୀ

ଜାଣିଛନ୍ତି କି ? ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ହଳଦୀ

ଭୁବନେଶ୍ୱର : ସାରା ବିଶ୍ୱରେ ହଳଦୀକୁ ଏକ ମସଲାଭାବରେ ଅନେକ ଲୋକପ୍ରିୟତା ମିଳିଛି । ବହୁ ପ୍ରଚୀନ କାଳରୁଏହି ହଳଦୀ ଆମ ରୋଷେଇ ଘର ଖାଦ୍ୟ ତିଆରି କରିବାରେ ମୁଖ୍ୟ ହୋଇଥାଏ । ଆମେ ଏହାକ ତରକାରୀରେ ଏବଂ କେତେକ ପାନିୟ ଦ୍ରବ୍ୟରେ ବ୍ୟବହାର କରିଥାଉ । ଏହା କେବଳ ଖାଦ୍ୟସ୍ୱାଦ ବୃଦ୍ଧିକରି ନଥାଏ ଆମସୌଦର୍ଯ୍ୟକୁ ମଧ୍ୟ ବୃଦ୍ଧିକରିଥାଏାକିନ୍ତୁଏହା ଓଜନ ହ୍ରାସକରାଇବାରେ ମଧ୍ୟ ସାହାଯ୍ୟ କରିଥାଏ । କାରଣ ଏଥିରେ ଶରୀରର ହିତ ପାଇଁ ଅନେକ ଫାଇଦାକାରୀ ଗୁଣ ରହିଥାଏ । ଏଥିରେ ଥାଏ କର୍କୁମିନ୍‌ଏବଂ ପ୍ରଚୁର ପରିମାଣରେ ଭର ିରହିଥାଏ ଆନଟି ଅକ୍ସିଡାନଟ୍ ଏବଂ ଆନଟି ଇନଫ୍ଲାମେଟୋରୀ ପ୍ରେପୋଟିଜ୍ ରହିଥାଏ ଯାହାକୁ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । କ୍ରେନିକ ଭଳ ିରୋଗର ଲକ୍ଷଣକୁ ପ୍ରତ୍ୟାହତ କରିଥାଏ । ସେହିଭଳି ମଧୁମେହରୋଗ ଏବଂ ଆର୍ଥ୍ରାଇଟିସ୍ ରୋଗକ ୁକନଟ୍ରୋଲ କରିଥାଏ । ତେବେଏହାକୁ ଦୈନନ୍ଦିନ ଜୀବନରେ ମଧ୍ୟମ ପରିମାଣରେ ଖାଇଲେ ଓଜନ ମଧ୍ୟ ଦ୍ରାସହେବାରେ ସାହାଯ୍ୟ କରିଥାଏ । ଏହି ହଳଦୀରେ ଅନେକ ପ୍ରକାରର ଫାଇଦାକାର ଗୁଣ ରହିଥାଏ ।ଏହା ସ୍ୱାସ୍ଥ୍ୟ ଓ ପୃଷ୍ଟିକର ଦୁନିଆରେ ମଧ୍ୟ ଅଙ୍କୁଶ ସୃଷ୍ଟି କରିଥାଏ । ଭେଜାନିଜିମ୍ ମଧ୍ୟ ଆଜି ଲେକମାନଙ୍କ ମଧ୍ୟ ବେଶ୍ ଲୋକପ୍ରିୟ ହୋଇପାରିଛି । ଏହା ତ୍ୱଚା ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ । ଏହାକୁ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚା ଚିକ୍‌ଣ ହେବା ସହ ମୁହଁର କଳାଦାଗକୁ ଦୂର କରିଥାଏ । ଏଥିରେ ଅନେକ ପ୍ରକାରର ଔଷଧ୍ୟ ଗୁଣ ରହିଥାଏ । ଏହାକୁ ଦୈନନ୍ଦନ ଜୀବନରେ ମଧ୍ୟମ ପରିମାଣରେ ସେବନ କରିବା ଦ୍ୱାରା ଶରୀରକୁ ଉପଯୋଗୀ ଫଳ ମିଳିଥାଏ ।ଶରୀର ସୁସ୍ଥ ରହିବା ସହିତ ଶରୀରର ଓଜନ ହ୍ରାସ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking