ଜାଣିଛନ୍ତି କି, ଅନେକ ରୋଗର କାରଣ ହୋଇଥାଏ ଲୁଣ

ଭୁବନେଶ୍ୱର: ଲୁଣ ହେଉଛି ସ୍ୱାଦ ବଢାଇବାର ଏକ ମୁଖ୍ୟ ଉପାଦାନ । ଯାହା ବିନା ଖାଦ୍ୟ ସୁସ୍ୱାଦ ଲାଗେ ନାହିଁ । ରୋଷେଇ ପ୍ରସ୍ତୁତ ସମୟରେ ଆମେ ଲୁଣର ବ୍ୟବହାର କରିଥାଉ । ଲୁଣ ଏକ ଏପରି ଜିନିଷ, ଯାହା କମ୍ ହେଲେ ଭଲ ଲାଗେ ନାହିଁ କି ବେଶି ହୋଇଗଲେ ଖାଇ ହୁଏ ନାହିଁ । ସେଥିପାଇଁ ଭାଗମାପ ଅନୁସାରେ, ଏହାକୁ ବ୍ୟବହାର କରାଯାଏ । ତେବେ ଅତ୍ୟଧିକ ମାତ୍ରାରେ ଲୁଣର ବ୍ୟବହାର ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ । ତାହାଲେ ଚାଲନ୍ତୁ ଜାଣିବା ବେଶି ଲୁଣ ଖାଇବା ଦ୍ୱାରା ଆମର କଣ କ୍ଷତି ସବୁ ହୋଇଥାଏ ।
ଅଧିକ ଲୁଣ ଖାଇଲେ ହୃଦୟର ମାଂସପେଶୀ ବୃଦ୍ଧି ହୋଇଥାଏ। ଏପରି ହେବା ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇପାରେ।
-ଅଧିକ ଲୁଣ ସେବନ ମୁଣ୍ଡବ୍ୟଥାର କାରଣ ହୋଇପାରେ।
ଶରୀରରେ ଜମା ହୋଇଥିବା ଲୁଣ ଯଦି ବାହାରକୁ ନ ଆସେ ତେବେ ତାହା କିଡ୍‌ନୀ ଷ୍ଟୋନର ରୂପ ନେଇପାରେ।
ଅତ୍ୟଧିକ ଲୁଣ ସେବନ ହାଇ ବ୍ଲଡପ୍ରେସର, ହାଇପରଟେନ୍‌ସନ ପରି ରୋଗର କାରଣ ବି ହୋଇପାରେ।
ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି, ଅଧିକ ଲୁଣ ଖାଇବା ଦ୍ୱାରା ଷ୍ଟ୍ରୋକ ଆଶଙ୍କା ବଢିଥାଏ।
ଅତ୍ୟଧିକ ଲୁଣ ସେବନ ଦ୍ୱାରା ଖାଲି କିଡ୍‌ନୀ ଷ୍ଟୋନ ଆଶଙ୍କା ନ ଥାଏ, କିଡ୍‌ନୀ ଜନିତ ଅନ୍ୟାନ୍ୟ ରୋଗର ଆଶଙ୍କା ମଧ୍ୟ ଥାଏ।
କେତେକ ଗବେଷଣାରୁ ଜଣାଯାଇଛି, ଅଧିକ ଲୁଣ ଖାଇବା ଦ୍ୱାରା ପେଟ କ୍ୟାନ୍ସର ହେବାର ଆଶଙ୍କା ରହିଛି।
ବୟସ ବୃଦ୍ଧି ସାଙ୍ଗକୁ ଅନେକଙ୍କର ହାଡ଼ ଦୁର୍ବଳ ହୋଇଯାଇଥାଏ। ଲୁଣର ଅତ୍ୟଧିକ ସେବନ ଏହାର କାରଣ ବୋଲି ଗବେଷକଙ୍କ ମତ।
ଏପରି ପରିସ୍ଥିତିରେ ଦୈନନ୍ଦିନ ଖାଦ୍ୟରେ ଲୁଣ ବ୍ୟବହାର ପ୍ରତି ସଚେତନ ହେବା ଆବଶ୍ୟକ। ତେଣୁ ଦୈନିକ କେତେ ଲୁଣ ଖାଇବା ଦେହ ପାଇଁ ହିତକାରୀ ଜାଣନ୍ତି ? ଦୈନିକ ମାତ୍ର ୫ ଗ୍ରାମ ଲୁଣ ଖାଇଲେ ହିଁ ଲୁଣର କୁପ୍ରଭାବ ଶରୀର ଉପରେ ପଡ଼ିବ ନାହିଁ ବୋଲି ଗବେଷଣାରୁ ଜଣା ପଡିଛି

LEAVE A REPLY

Please enter your comment!
Please enter your name here