33.1 C
Bhubaneswar
Sunday, April 28, 2024
Homeଓଡିଶାନାବାଳିକାକୁ ଦୁଷ୍କର୍ମ, ଟ୍ୟୁସନ୍ ଶିକ୍ଷକ ଗିରଫ

ନାବାଳିକାକୁ ଦୁଷ୍କର୍ମ, ଟ୍ୟୁସନ୍ ଶିକ୍ଷକ ଗିରଫ

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କୋମଣ୍ଡ ଗ୍ରାମର ଆର. ଶିବ ରେଡ୍ଡୀ ନାମକ ଜଣେ ଟ୍ୟୁସନ ଶିକ୍ଷକ କେଶପୁର ପଞ୍ଚାୟତର ଏକ ଗ୍ରାମରେ ଦୀର୍ଘ ଛଅ ମାସ ହେଲା ଟ୍ୟୁସନ କରୁଥିଲେ । ହେଲେ ଉକ୍ତ ଗ୍ରାମର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗତ ଛଅ ମାସ ଧରି ଜୋର ଜବରଦସ୍ତ ଶାରୀରିକ ସମ୍ବନ୍ଧ ରଖିଆସୁଥିଲେ ଟ୍ୟୁସନ ଶିକ୍ଷକ ।

ଏ ବିଷୟରେ କାହାରିକୁ ନ କହିବା ପାଇଁ କହିବା ସହ ଜୀବନରେ ମାରିଦେବାର ଧମକ ଚମକ ଦେଉଥିଲେ । ଗତ ରବିବାର ଦିନ ଏସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ନାବାଳିକା ଓ ଟ୍ୟୁସନ ଶିକ୍ଷକଙ୍କୁ ଗ୍ରାମରେ ଅଟକ ରଖିଥିଲେ । ଖବରପାଇ ଖଲ୍ଲିକୋଟ ପୁଲିସ ପହଞ୍ôଚ ଦୁହିଁଙ୍କୁ ସେଠାରୁ ଉଦ୍ଧାର କରି ଥାନାକୁ ନେଇଆସିଥିଲେ । ପରେ ପୀଡ଼ିତା ନାବାଳିକାଙ୍କ ପରିବାର ପକ୍ଷରୁ ଟ୍ୟୁସନ ଶିକ୍ଷକ ଜଣଙ୍କ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଦୁହିଁଙ୍କ ଡାକ୍ତରୀ ମାଇନା କରିବା ପରେ ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଶିକ୍ଷକ ଆର. ଶିବ ରେଡ୍ଡୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଥାନା ଏସ୍‌ଆଇ ଅମ୍ବିକା ବେଣିଆ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking