32.1 C
Bhubaneswar
Thursday, March 28, 2024
Homeଓଡିଶାନାମକୁ ମାତ୍ର ସ୍ମାଟ୍ ସ୍କୁଲ୍‌: ଉଦ୍‌ଘାଟନର ୯ ମାସ ପରେ ବି କାମ ଅଧାପନ୍ତରିଆ

ନାମକୁ ମାତ୍ର ସ୍ମାଟ୍ ସ୍କୁଲ୍‌: ଉଦ୍‌ଘାଟନର ୯ ମାସ ପରେ ବି କାମ ଅଧାପନ୍ତରିଆ

ରଗଡ଼ି: ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଓ ଏକ ସୁନ୍ଦର ଶୈକ୍ଷିକ ବାତାବରଣ ସୃଷ୍ଟି ପାଇଁ ରାଜ୍ୟ ସରକାର ସ୍ମାର୍ଟ ସ୍କୁଲ ଯୋଜନା କାର୍ଯ୍ୟକାରୀ କରିଛନ୍ତି । କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ହେବା ସହ ଏହା କିପରି ତ୍ୱରାନ୍ୱିତ ହେବ ସେଥିପାଇଁ ଏହାକୁ ୫-ଟି ଅଧୀନରେ ରଖାଯାଇଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଯାଇ ତୃତୀୟ ପର୍ଯ୍ୟାୟରେ ବିଭିନ୍ନ ସ୍କୁଲ ସାମିଲ ହୋଇଛି । ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଯୋଜନାରେ ନିର୍ମାଣ ହୋଇଥିବା ସ୍କୁଲକୁ ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି ।

ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ପଛିକୋଟ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ସ୍କୁଲରେ ସାମିଲ ହୋଇ ନଭେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ହେଲେ ଉଦ୍‌ଘାଟନକୁ ୯ ମାସ ବିତିଥିଲେ ମଧ୍ୟ ସ୍କୁଲ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି । ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି କରିଛି । ଛାତ୍ରଛାତ୍ରୀ ସ୍ମାର୍ଟସ୍କୁଲର ସୁବିଧା ନ ପାଇ ଆଜବେଷ୍ଟସ୍ ଘରେ ପାଠ ପଢ଼ୁଛନ୍ତି । ନବମ ଶ୍ରେଣୀରେ ୧୩୭ ଓ ଦଶମ ଶ୍ରେଣୀରେ ୧୪୩ ମୋଟ ୨୮୦ ଜଣ ଛାତ୍ରଛାତ୍ରୀ ଏହି ଆଜବେଷ୍ଟସ୍ ତଳେ ଏକପ୍ରକାର ପଢିବା ପାଇଁ ବାଧ୍ୟ ହୋଇଛନ୍ତି ।

ପିଲାଙ୍କ ପାଠପଢା ପାଇଁ ଅଧିକ ୪ ବଖରା ଗୃହର ଆବଶ୍ୟକତା ଥିବାବେଳେ ଏହାର ବ୍ୟବସ୍ଥା କରାଯାଇ ନଥିବା ସ୍କୁଲ ପକ୍ଷରୁ ସୂଚନା ମିଳିଛି । ଶୌଚାଳୟ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡିଛି । ଖେଳପଡ଼ିଆର ଉନ୍ନତୀକରଣ ନିମନ୍ତେ ଯୋଜନାରେ ବ୍ୟବସ୍ଥା ଥିଲେ ମଧ୍ୟ ଏହାର କାର୍ଯ୍ୟ ଆରମ୍ଭ ହୋଇନାହିଁ । ସୂଚନା ଫଳକ ରହିଥିଲେ ହେଁ ଏଥିରେ ଅନୁଦାନ ରାଶିର ତଥ୍ୟ କି କାର୍ଯ୍ୟର ବିବରଣୀ ଉଲ୍ଲେଖ ନାହିଁ । ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking