ସୁରଟ୍: ଅଦାଲତରେ ଜାମିନ ଅବଧି ବୃଦ୍ଧି ପାଇବାପରେ ରାହୁଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସତ୍ୟ ହେଉଛି ମୋର ଅସ୍ତ୍ର ଏବଂ ଏହାକୁ ସାହାରା କରି ମୁଁ ସଂଗ୍ରାମ ଚଳାଇଛି । ମିତ୍ରକାଳ ସମୟରେ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଏହା ଏକ ସଂଘର୍ଷ ।
ସୂଚନାଯୋଗ୍ୟ କେନ୍ଦ୍ରରେ କ୍ଷମତାସୀନ ମୋଦୀ ସରକାର ବର୍ତ୍ତମାନର ସମୟକୁ ‘ଅମ୍ରିତକାଳ’ ଆଖ୍ୟା ଦେଇଥିବାବେଳେ ଶିଳ୍ପପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିତ୍ରତା ଯୋଗୁଁ କଂଗ୍ରେସ ଏହାକୁ ମିତ୍ରକାଳ ବୋଲି ଆକ୍ଷେପ କରୁଛି ।