34.1 C
Bhubaneswar
Thursday, March 20, 2025
Homeଦେଶ ବିଦେଶହାମସକୁ ଟ୍ରମ୍ଫଙ୍କ ଚେତାବନୀ

ହାମସକୁ ଟ୍ରମ୍ଫଙ୍କ ଚେତାବନୀ

ୱାଶିଂଟନ: ଯୁଦ୍ଧ ବନ୍ଦୀ ମାନଙ୍କୁ ଆଉ ଛାଡିବନି ହମାସ ।ହାମାସର ସଶସ୍ତ୍ର ଶାଖାର ମୁଖପାତ୍ର କହିଛନ୍ତି ଇସ୍ରାଏଲର ବନ୍ଦୀମାନଙ୍କୁ ପରବର୍ତ୍ତୀ ନିର୍ଦ୍ଧାରିତ ମୁକ୍ତ କରିବାକୁ ସ୍ଥଗିତ ରଖିଛି ଏବଂ ଏହାକୁ ଅସ୍ତ୍ରବିରତି ଚୁକ୍ତିର ଉଲ୍ଲଂଘନ ବୋଲି କହିଛି ।  ଇସ୍ରାଏଲରେ ବନ୍ଧକ ଥିବା ଅଧିକ ପାଲେଷ୍ଟାଇନ କଏଦୀଙ୍କ ବଦଳରେ ଗାଜାରେ ବନ୍ଧକ ଥିବା ୩ ଜଣଙ୍କୁ ଶନିବାର ମୁକ୍ତ କରାଯିବ । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ହାମାସର ଏହି ଘୋଷଣାକୁ  ଅସ୍ତ୍ରବିରତି ଚୁକ୍ତିର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି କହିଛନ୍ତି।ଇସ୍ରାଏଲର ପ୍ରମୁଖ ସହଯୋଗୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାମର୍ଶ ଦେଇଛନ୍ତି ଯେ ଯଦି ଶନିବାର ସୁଦ୍ଧା ଗାଜାରେ ବନ୍ଦୀମାନଙ୍କୁ ଫେରାଇ ନ ଦିଆଯାଏ ତେବେ ଅସ୍ତ୍ରବିରତି ପ୍ରତ୍ୟାହାର କରାଯିବା ଉଚିତ । ଟ୍ରମ୍ପ କହିଛନ୍ତି, ଶନିବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ସେମାନଙ୍କୁ ଫେରାଇ ଦିଆଯାଉ। ଯଦି ବନ୍ଧକମାନଙ୍କୁ ମୁକ୍ତ କରା ନଯାଏ, ତେବେ ସବୁ କିଛି ନଷ୍ଟ ହୋଇଯିବ ବୋଲି ଟ୍ରମ୍ପ କହିଛନ୍ତି।ଆମେ ଅକ୍ଟୋବର ୭ ତାରିଖର ବାସ୍ତବତାକୁ ଫେରିବାକୁ ଦେବୁ ନାହିଁ ବୋଲି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। “

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking