34.1 C
Bhubaneswar
Monday, May 25, 2026
Homeଓଡିଶାରାଜ୍ୟରେ ବଢୁଛି ଥଣ୍ଡା, କମୁଛି ପାରଦ

ରାଜ୍ୟରେ ବଢୁଛି ଥଣ୍ଡା, କମୁଛି ପାରଦ

ଭୁବନେଶ୍ୱର :ଦିନକୁ ଦିନ ରାଜ୍ୟରେ ବଢୁଛି ଥଣ୍ଡା, କମୁଛି ପାରଦ । ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୪.୪ଡିଗ୍ରି ‌ରେକର୍ଡ କରାଯାଇଛି । ମାଲକାନଗିରି‌ରେ ୩୪ଡିଗ୍ରି ରେକର୍ଡ ହୋଇଥିବା ବେଳେ ୩୨ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଛି। ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୮.୮ ଡିଗ୍ରି ରହିଥିବା ବେଳେ ପୂର୍ବରୁ ସବୁଠାରୁ କମ୍‌ ତାପମାତ୍ରା ରହୁଥିବା ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରି ରେକର୍ଡ କରାଯାଇଛି। ଫୁଲବାଣୀରେ ୧୩ ଡିଗ୍ରି ରହିଛି।  ସେପଟେ  ଘନକୁହୁଡ଼ି ବି କଲବଲ କରୁଛି । ଆସନ୍ତା କାଲି ପର୍ଯ୍ୟନ୍ତ  ୧୧ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଦିନମାନଙ୍କରେ ପାଗ ଶୁଖିଲା ରହିବା ସହ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ ବୋଲି କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୬ ତାରିଖରୁ ପାଗରେ ପରିବର୍ତ୍ତନ ହେବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଛି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking