36.1 C
Bhubaneswar
Saturday, March 15, 2025
Homeଦେଶ ବିଦେଶଟ୍ରକ୍‌-ଅଟୋ ମୁହାଁମୁହିଁ ଧକ୍କା; ଚାଲିଗଲା ୫ଜଣ ସ୍କୁଲ ପିଲାଙ୍କ ଜୀବନ

ଟ୍ରକ୍‌-ଅଟୋ ମୁହାଁମୁହିଁ ଧକ୍କା; ଚାଲିଗଲା ୫ଜଣ ସ୍କୁଲ ପିଲାଙ୍କ ଜୀବନ

ରାୟପୁର: ମୁହାଁମୁହିଁ ଧକ୍କା ହେଲେ ଟ୍ରକ୍‌-ଅଟୋ । ଚାଲିଗଲା ୫ଜଣ ସ୍କୁଲ ପିଲାଙ୍କ ଜୀବନ । ଏହି ଦୁର୍ଘଟଣା ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଥିବା ଭାନୁପ୍ରତାପପୁରରେ ଘଟିଛି । ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ଜଣଙ୍କ ଜୀବନ ଯିବା ସହ ୭ଜଣ ଆହତ ହୋଇଥିବା କୁହାଯାଉଛି । ଏହି ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଭାନୁପ୍ରତାପପୁର-କାଙ୍କେର ମଧ୍ୟରେ ଥିବା କୋରର ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏଠାରେ ଟ୍ରକ୍ ଏବଂ ଅଟୋ ମୁହାଁମୁହିଁ ଧକ୍କା ହେବା ପରେ ଅଟୋଟି ଓଲଟି ପଡ଼ିଥିଲେ । ଦୁର୍ଘଟଣା ସମୟରେ ଗାଡ଼ି ଦୁଇଟି ଦ୍ରୁତ ଗତିରେ ଥିବାରୁ ଅଟୋରେ ବସିଥିବା ୫ଜଣ ସ୍କୁଲ ପିଲା ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଏହା ସହ ଅଟୋରେ ଥିବା ଅନ୍ୟ ୭ଜଣ ସ୍କୁଲ ପିଲା ଗୁରୁତର ଆହତ ହୋଇଥିଲେ । ୭ଜଣ ଗୁରୁତର ଆହତଙ୍କୁ ଏବେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ଦୁର୍ଘଟଣାର ଖବର ପାଇବା ମାତ୍ରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking