ବ୍ୟୁରୋ: ୩ଟି ଉତ୍ତରପୂର୍ବାଞ୍ଚଳ ରାଜ୍ୟ- ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ୍ରେ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍ଗୁଡ଼ିକର ଗଣନା ଆଜି ସକାଳ ୮ଟା ବେଳେ ଆରମ୍ଭ ହୋଇଛି। ୩ଟିଯାକ ରାଜ୍ୟର ଭୋଟ୍ ଗଣନା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାଛଡ଼ା, ତ୍ରିପୁରାର ଅଗରତାଲାରେ ଜନସାଧାରଣଙ୍କ ମନରେ ଆତ୍ମବିଶ୍ବାସ ଜାଗ୍ରତ କରାଇବା ଲାଗି ନିରାପତ୍ତା କର୍ମଚାରୀମାନେ ବିଭିନ୍ନ ଅଞ୍ଚଳରେ ଫ୍ଲାଗ୍ ମାର୍ଚ କରୁଛନ୍ତି। ରାଜ୍ୟରେ ପ୍ରାୟ ୨୫,୦୦୦ ନିରାପତ୍ତା କର୍ମଚାରୀଙ୍କୁ ମୁତୟନ କରାଯାଇଛି।
ପଆରମ୍ଭିକ ଟ୍ରେଣ୍ଡରେ ତ୍ରିପୁରା, ନାଗାଲଣ୍ଡରେ ବିଜେପି ମେଣ୍ଟ ଆଗରେ ଅଛି । ତ୍ରିପୁରରେ ମ୍ୟାଜିକ୍ ନମ୍ବର ଛୁଇଁଲା ବିଜେପି ମେଣ୍ଟ । ୬୦ ଆସନରୁ ୩୧ ଆସସନରେ ବିଜେପି ମେଣ୍ଟ ଆଗରେ ଅଛି । ସିପିଏମ୍-୧୪, ଟିଏମ୍ପି-୯, କଂଗ୍ରେ ୩ଟି ଆସନରେ ଆଗୁଆ ଅଛି ।