19.1 C
Bhubaneswar
Tuesday, February 10, 2026
Homeଓଡିଶାପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି

ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି

ଦଳର ବରିଷ୍ଠ ନେତୃବୃନ୍ଦଙ୍କ ଅନ୍ତିମ ସଂସ୍କାରରେ ଯୋଗଦାନ
ଲୋକାରଣ୍ୟରେ ପରିଣତ ହେଲା ଅନ୍ତିମ ଯାତ୍ରା

ଭୁବନେଶ୍ୱର : ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ନୂଆପଡ଼ାର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ନୂଆପଡ଼ା ଠାରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଏହି ଅବସରରେ ସ୍ଥାନୀୟ ଜନସାଧାରଣଙ୍କ ସମେତ ବିଜେଡିର ବରିଷ୍ଠ ନେତୃବୃନ୍ଦ, ଅନ୍ୟ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହ ବିଭିନ୍ନ ଧର୍ମ ଓ ସମାଜର ପ୍ରତିନିଧି ଉପସ୍ଥିତ ରହି ଅନ୍ତିମ ଯାତ୍ରାରେ ସାମିଲ ହେବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆଜି ମଧ୍ୟାହ୍ନରେ ଚେନ୍ନାଇରୁ ତାଙ୍କ ପାର୍ଥିବ ଶରୀର ରାୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ଆମ୍ୱୁଲାନ୍ସ ଯୋଗେ ଖରିଆର ରୋଡ୍କୁ ଅଣାଯାଇଥିଲା । ଏକ ଶୋକାକୁଳ ପରିବେଶରେ ନୂଆପଡ଼ା ଓ ଖରିଆର ରୋଡ ଅଧିବାସୀ ତଥା ନିକଟସ୍ଥ ଅଞ୍ଚଳର ନେତୃମଣ୍ଡଳୀ ତାଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ନୂଆପଡ଼ା ଓ ଖରିଆର ରୋଡରେ ପହଞ୍ଚିଥିଲେ ଓ ଶ୍ରଦ୍ଧାଞ୍ଜଳି ପାଇଁ ବିଭିନ୍ନ ସ୍ଥାନରେ ଉପସ୍ଥିତ ଥିଲେ । ସ୍ୱର୍ଗତ ଢୋଲକିଆଙ୍କ ସମ୍ମାନାର୍ଥେ ସମସ୍ତ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଦଳମତ ନିର୍ବିଶେଷରେ ସମସ୍ତଙ୍କ ଉପସ୍ଥିତିରୁ ସ୍ୱର୍ଗତ ଢୋଲକିଆଙ୍କ ଲୋକପ୍ରିୟତା ଦେଖିବାକୁ ମିଳିଥିଲା । ନୂଆପଡ଼ାର ବିଭିନ୍ନ ଛକରେ ତାଙ୍କ ପାର୍ଥିବ ଶରୀରକୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଦିଆଗଲା ପରେ ଖରିଆର ରୋଡ୍ରେ ତାଙ୍କ ବାସଭବନ ସନ୍ନିକଟ ବିଦ୍ୟାଳୟରରେ ଅଞ୍ଚଳବାସୀ ଶେଷ ଦର୍ଶନ କରିଥିଲେ ।

ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସହିତ ବିଜୁ ଜନତା ଦଳ ତରଫରୁ ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଉପସଭାପତି ଶ୍ରୀ ପ୍ରଣବ ପ୍ରକାଶ ଦାସ, ବିଧାୟକ ଶ୍ରୀ ଅଧିରାଜ ପାଣିଗ୍ରାହୀ, ସ୍ୱର୍ଗତ ଢୋଲକିଆଙ୍କ ପାର୍ଥିବ ଶରୀରରେ ଦଳୀୟ ପତାକା ଅର୍ପଣ କରିଥିଲେ । ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ଟୁକୁନି ସାହୁ, ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ଚିନ୍ମୟ ସାହୁ, ସାଧାରଣ ସମ୍ପାଦକ ଶ୍ରୀ ବିଜୟ ନାୟକ, ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା, ବିଧାୟକ ଶ୍ରୀ ପ୍ରଦୀପ ଦିଶାରୀ, ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ବିଧାୟକ ଶ୍ରୀ ସୁଦର୍ଶନ ହରିପାଲ, ବିଧାୟକ ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ପୂର୍ବତନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ପୂର୍ବତନ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ଆୟୁବ ଖାନ୍, ନୂଆପଡ଼ା ଜିଲ୍ଲା ସଭାପତି ଶ୍ରୀ ଅବନୀ ଯୋଶୀ, ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ରୀ ସରୋଜ ମେହେର, ବରଗଡ଼ ଜିଲ୍ଲା ସଭାପତି ଶ୍ରୀ ସୁଶାନ୍ତ ମହାପାତ୍ର, ଶ୍ରୀ ଲମ୍ୱୋଦର ନିଆଲ, ମୁଖପାତ୍ର ଶ୍ରୀ ଅରୂପ ଶ୍ରୀଚନ୍ଦନ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଜୈନ ସମାଜ, ଶିଖ୍ ସମାଜ, ବରିଷ୍ଠ ନାଗରିକ ସମାଜ ତରଫରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ସନେ୍ଦଶ ସ୍ୱର୍ଗତ ଢୋଲକିଆଙ୍କ ଧର୍ମପତ୍ନୀ ଓ ପୁତ୍ରଙ୍କୁ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଦେଇଥିଲେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନିକଟସ୍ଥ ନଦୀ କୂଳରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଥିଲା । ଏହି ଅବସରରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ପୂର୍ବତନ ସାଂସଦ ଶ୍ରୀ ବସନ୍ତ ପଣ୍ଡା, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାପରିଷଦ ଅଧ୍ୟକ୍ଷା, ସ୍ଥାନୀୟ ଏନଏସି ଓ ମୁ୍ୟନିସିପାଲିଟି ଚେୟାରମ୍ୟାନ ପ୍ରମୁଖ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking