31.1 C
Bhubaneswar
Monday, May 20, 2024
Homeଅପରାଧତ୍ରିକୋଣୀୟ ପ୍ରେମର କରୁଣ ପରିଣତି; ଯୁବକଙ୍କୁ ନିର୍ମମ ହତ୍ୟା

ତ୍ରିକୋଣୀୟ ପ୍ରେମର କରୁଣ ପରିଣତି; ଯୁବକଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ୱର: ତ୍ରିକୋଣୀୟ ପ୍ରେମର କରୁଣ ପରିଣତି । ରାଜ୍ୟ ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ପ୍ରେମିକ ସହ ମିଶି ଯୁବକଙ୍କୁ ହତ୍ୟା । ବିଳମ୍ବିତ ରାତିରେ ଖଣ୍ଡା ଚୋଟରେ ଗଡିଲା ଯୁବକଙ୍କ ମୁଣ୍ଡ । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଚମ୍ପା ପୋଖରୀ ନିକଟରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତ ଯୁବକ ହେଲେ ଅଞ୍ଜନ ବେହେରା । ଗତକାଲି ବିଳମ୍ବିତ ରାତ୍ରିରେ ଅଞ୍ଜନ ବେହେରା ନାମକ ଯୁବକକୁ ହାଣି ନିର୍ମମ ଭାବେ ହତ୍ୟା କରିଛି ପିଙ୍କୁ । ସୂଚନା ଅନୁସାରେ, ମୃତ ଅଞ୍ଜନ ବେହେରା ଜଣେ ସଫ୍ଟ ଡ୍ରିଙ୍କ ପାର୍ଟି ବୟ ଭାବେ କାମ କରୁୁଥିଲେ । ଶୁକ୍ରବାର ବିଳମ୍ବିତ ରାତ୍ରିରେ ସେ ନିଜ କାମ ସାରି ନିଜ ସହଯୋଗୀ ଗୌତମ ସହ ଘରକୁ ଫେରୁଥିବା ବେଳେ ତାଙ୍କୁ ଚମ୍ପା ପୋଖରୀ ନିକଟରେ ପିଙ୍କୁ ନାମକ ଜଣେ ଯୁବକ ଆକ୍ରମଣ କରିଥିଲା । ହାତକୁ ହାଣିବା ଯୋଗୁଁ ରକ୍ତସ୍ରାବ ହୋଇ ଯୁବକଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି । ସାଇଣ୍ଟିଫିକ ତଦନ୍ତ ଆରମ୍ଭ ହୋଇଥିବା ବେଳେ ନିହାରିକା, ପିଙ୍କୁ ଏବଂ ଗୌତମଙ୍କୁ ଅଟକ ରଖିଛି ପୋଲିସ । ପୋଲିସର ସୂଚନା ମୁତାବକ, ମୃତ ଅଞ୍ଜନ ନିହାରିକା ନାମକ ଜଣେ ଯୁବକତୀଙ୍କୁ ପ୍ରେମ କରୁଥିଲେ । ନିହାରିକା ମହର୍ଷି କଲେଜରେ ଅଧ୍ୟୟନ କରୁଥିଲା । କିନ୍ତୁ ଅନ୍ୟପଟେ ଗୌତମ ଓ ପିଙ୍କୁ ମଧ୍ୟ ନିହାରିକାଙ୍କ ପ୍ରେମରେ ପଡିଥିଲେ । କିନ୍ତୁ ନିହାରିକା କେବଳ ପିଙ୍କୁକୁ ଭଲ ପାଉଥିଲା । ତେବେ ଅଞ୍ଜନ ନିହାରିକାକୁ ପ୍ରେମ କରୁଥିବା ଜାଣି ତାଠାରୁ ଦୂରେଇ ରହିବା ପାଇଁ ପ୍ରେମିକାକୁ କହି ଆସୁଥିଲା ପିଙ୍କୁ । ଅନ୍ୟପଟେ ଅଞ୍ଜନର ସାଙ୍ଗ ଗୌତମ ମଧ୍ୟ ନିହାରିକାକୁ ଭଲ ପାଉଥିଲା ।

ତେବେ ଶୁକ୍ରବାର ଅଞ୍ଜନ ଓ ଗୌତମ ଦୁହେଁ କାମ ସାରି ଫେରୁଥିବା ବେଳେ ଚମ୍ପା ପୋଖରୀ ନିକଟରେ ଅଟକାଇଥିଲା ପିଙ୍କୁ । ପୂର୍ବରୁ ନିହାରିକାକୁ ନେଇ ଉକ୍ତ ସ୍ଥାନରେ ଜଗି ରହିଥିଲା । ତେବେ ଉକ୍ତ ସ୍ଥାନରେ ଉଭୟଙ୍କର ମଧ୍ୟ କଥାକଟାକଟି ଆରମ୍ଭ ହୋଇଥିଲା । ନିହାରିକାଙ୍କ ଠାରୁ ଦୂରେଇ ରହିବା ପାଇଁ ଅଞ୍ଜନ ଓ ଗୌତମଙ୍କୁ ଧମକ ଦେଇଥିଲା ପିଙ୍କୁ । କିନ୍ତୁ ଆରୋପ ପ୍ରତ୍ୟାରୋପ ହେବା ପରେ ଉତକ୍ଷିପ୍ତ ହୋଇ ଖଣ୍ଡାରେ ଆକ୍ରମଣ କରିଥଲା । ଅଞ୍ଜନ ଓ ଗୌତମ ପ୍ରାଣ ବିକଳରେ ଦୌଡୁଥିବା ବେଳେ ପିଙ୍କୁ ହାବୁଡରେ ପଡିଯାଇଥିଲେ ଅଞ୍ଜନ । ଫଳରେ ଖଣ୍ଡାରେ ଆକ୍ରମଣ କରି ଅଞ୍ଜନର ଜୀବନ ନେଇଥିଲା ପିଙ୍କୁ । ଗୌତମ ଘଟଣାସ୍ଥଳରୁ ଖସି ଚାଲିଯାଇଥିଲା । ତେବେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ହୋଇଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି । ତେବେ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking