30.1 C
Bhubaneswar
Thursday, June 12, 2025
Homeଦେଶ ବିଦେଶଗ୍ରୀସ୍‌ରେ ଟ୍ରେନ୍ ଦୁର୍ଘଟଣା, ୩୬ ମୃତ

ଗ୍ରୀସ୍‌ରେ ଟ୍ରେନ୍ ଦୁର୍ଘଟଣା, ୩୬ ମୃତ

ଏଥେନ୍‌ସ: ଗ୍ରୀସ୍‌ର ଲାରିସା ସହର ନିକଟରେ ମଙ୍ଗଳବାର ରାତିରେ ଦୁଇଟି ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୩୬ ଜଣ ପ୍ରାଣ ହରାଇଛନ୍ତି । ୮୫ ଜଣ ଆହତ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୬୬ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଗତ କିଛି ଦଶନ୍ଧି ମଧ୍ୟରେ ଗ୍ରୀସ୍‌ରେ ଏହା ସବୁଠାରୁ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ବୋଲି କୁହାଯାଇଛି । ଦୁର୍ଘଟଣାପରେ ଟ୍ରେନ୍‌ର କେତେକ ବଗିରେ ନିଆଁ ଲାଗିଯାଇଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ ଏକ ପ୍ୟାସେଞ୍ଜର ଟ୍ରେନ୍ ଟନେଲ ମଧ୍ୟରୁ ବାହାରୁଥିବାବେଳେ ସେହି ଟ୍ରାକ୍‌ରେ ସମ୍ମୁଖ ଦିଗରୁ ଆସୁଥିବା ଏକ ମାଲଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ଦୁର୍ଘଟଣାରେ ପ୍ୟାସେଞ୍ଜର ଟ୍ରେନ୍‌ର ପ୍ରାୟ ୧୦ଟି ବଗି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌କଟର ସାହାଯ୍ୟରେ ବଗିଗୁଡିକୁ କାଟି ମୃତାହତଙ୍କୁ ବାହାରକୁ ଆଣିଥିଲେ । ତେବେ ପ୍ୟାସେଞ୍ଜର ଟ୍ରେନ୍‌ର ପ୍ରାୟ ୩୫୦ ଯାତ୍ରୀଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯାଇ ସ୍ୱତନ୍ତ୍ର ବସ୍ ଯୋଗେ ଥେସାଲୋନିକି ସହରକୁ ଅଣାଯାଇଛି । ସିଗ୍‌ନାଲ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଇଛି । ପୁଲିସ ଲାରିସା ଷ୍ଟେସନ ମାଷ୍ଟରଙ୍କୁ ଅଟକ ରଖି ଜେରା କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking