ସମ୍ବଲପୁର : ସମ୍ବଲପୁର ଜିଲ୍ଲା କତରବଗା ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଘଟଣା । କତରବଗା ଥାନା ଅଞ୍ଚଳର ଗୋଟେ ଗାଁରେ ବେଆଇନ ଭାବରେ କଫ୍ ସିରପ ଚାଲାଣ ହେଉଥିବାର ଖବର ଅବକାରୀ ବିଭାଗ ପାଇଥିଲା । ପରେ ଅବକାରୀ ବିଭାଗ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ପ୍ରାୟ ୯୦୦ ବୋତଲ କଫ୍ ସିରପ ଜବତ କରାଯାଇଥିଲା । କେଉଁଠିକି ଏହି କଫ୍ ସିରପ ଚାଲାଣ ହେଉଥିଲା ତାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଆଉ କେଉଁମାନେ ଏହି ଘଟଣାରେ ସହଯୋଗ କରୁଛନ୍ତି ତାର ତଦନ୍ତ ଆରମ୍ଭ ହୋଇଛି ।