29.1 C
Bhubaneswar
Saturday, July 27, 2024
Homeଓଡିଶାରାଜ୍ୟ କ୍ୟାବିନେଟ୍ ବୈଠକ : ସ୍କୁଲ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଦରମା

ରାଜ୍ୟ କ୍ୟାବିନେଟ୍ ବୈଠକ : ସ୍କୁଲ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଦରମା

ଭୁବନେଶ୍ୱର: ଶତପ୍ରତିଶତ ବ୍ଲକଗ୍ରାଣ୍ଟ ପାଉଥିବା ସମସ୍ତ ଅନୁଦାନପ୍ରାପ୍ତ ବେସରକାରୀ କଲେଜ, ଜୁନିୟର କଲେଜ ଓ ମାଧ୍ୟମିକ ସ୍କୁଲର ଶିକ୍ଷକ ଏବଂ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନ ଦରମା ଦେବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହାସହିତ ରାଜ୍ୟ ସରକାରଙ୍କ ଗ୍ରାଣ୍ଟ-ଇନ୍‌-ଏଡ୍ ପାଉଥିବା ସମସ୍ତ ବେସରକାରୀ ନୂଆ ଅନୁଦାନପ୍ରାପ୍ତ ହାଇସ୍କୁଲ ଓ ସଂସ୍କୃତ ଟୋଲର ଶିକ୍ଷକ କର୍ମଚାରୀମାନଙ୍କୁ ମଧ୍ୟ ସପ୍ତମ ବେତନ କମିଶନ ହାରରେ ଦରମା ପାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ୨୦୧୪ ବ୍ଲକଗ୍ରାଣ୍ଟ ଅର୍ଡର ବଳରେ ଶତପ୍ରତିଶତ ଅନୁଦାନ ପାଉଥିବା ଓଡ଼ିଶା ବେସରକାରୀ କଲେଜ, ଜୁନିୟର କଲେଜ ଓ ମାଧ୍ୟମିକ ସ୍କୁଲର ଶିକ୍ଷକ ଓ କର୍ମଚାରୀମାନଙ୍କୁ ଓଡ଼ିଶା ସଂଶୋଧିତ ବେତନ ହାର ନିୟମ ୨୦୧୭(ସପ୍ତମ ବେତନ) ହାରରେ ଅନୁଦାନ ପ୍ରଦାନ ନିମନ୍ତେ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି । ଏହି ସବୁ ଶିକ୍ଷାନୁଷ୍ଠାନର ବିଭିନ୍ନ ବର୍ଗର କର୍ମଚାରୀମାନେ ୨୦୨୨ ମସିହା ପରେ ଶତପ୍ରତିଶତ ବ୍ଲକଗ୍ରାଣ୍ଟ ଅନୁଦାନ ପ୍ରାପ୍ତ କରିସାରିଛନ୍ତି । ଏବେ କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ଏହି ସବୁ ବର୍ଗର କଲେଜ ଓ ମାଧ୍ୟମିକ ସ୍କୁଲର ଶିକ୍ଷକ ଓ କର୍ମଚାରୀମାନେ ୨୦୨୪ ଜାନୁୟାରୀ ପହିଲାରୁ ସପ୍ତମ ବେତନ ହାରରେ ସଂଶୋଧିତ ଅନୁଦାନ ପାଇବେ । ଏହାଦ୍ୱାରା ୧୭୮୯ଜଣ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ଅତିରିକ୍ତ ୨୭.୩୭କୋଟି ଟଙ୍କାର ବାର୍ଷିକ ଆର୍ଥିକ ବ୍ୟୟ ବହନ କରିବାକୁ ପଡ଼ିବ ।ସେହିପରି ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବେସରକାରୀ ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲ ଓ ସଂସ୍କୃତ ଟୋଲର ଯୋଗ୍ୟ କର୍ମଚାରୀମାନଙ୍କୁ ଓଡ଼ିଶା ସଂଶୋଧିତ ବେତନ ରୁଲସ-୨୦୧୭(ସପ୍ତମ ବେତନ) ହାରରେ ଅନୁଦାନ ମିଳିବ । ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି । ଏହଦ୍ୱାରା ଶତପ୍ରତିଶତ ଅନୁଦାନ ପାଉଥିବା ୬୨୭ ବେସରକାରୀ ନୂଆ ଅନୁଦାନପ୍ରାପ୍ତ ହାଇସ୍କୁଲ ଓ ୩୯ଟି ସଂସ୍କୃତ ଟୋଲର ୭୭୯୬ଜଣ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପକୃତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନାରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking