ଭୁବନେଶ୍ୱର: ଆସନ୍ତା ୨ତାରିଖରୁ ବିଧାନସଭା ଅଧିବେସନ ଆରମ୍ଭ ହେବାକୁ ଯାଉଛି । ଜୁଲାଇ ୨ତାରିଖରୁ ୬ତାରିଖ ଏବଂ ୧୩ତାରିଖରୁ ଅଗଷ୍ଟ ୪ତାରିଖ ପର୍ଯ୍ୟନ୍ତ ଗୃହ ଚାଲିବାର କାର୍ଯ୍ୟକ୍ରମ ରହିଛି । ଏଥିଲାଗି କମିଶନରେଟ୍ ପୁଲିସ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି ହୋଇଛି । ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ର ଧାରା ୨୮ ଅନୁସାରେ ବିଧାନସଭା ଅଧିବେସନବେଳେ ମୋଟରଯାନ ଚଳାଚଳ ପାଇଁ ଏହି କଟକଣା ବଳବତ୍ତର ରହିବ । ତେବେ ଏହି କଟକଣା ଗୁଡ଼ିକ ବିଧାନସଭା, ରାଜ୍ୟ ସଚିବାଳୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଧିକୃତ ଯାନବାହନ ପାଇଁ ଲାଗୁ ହେବ ନାହିଁ ।
୧) ହାଉସିଂବୋର୍ଡ ଛକପଟୁ ଆସୁଥିବା ସମସ୍ତ ଯାନବାହନ ଗୁଡ଼ିକ କେଶରୀ ଟକିଜ୍ ଠାରୁ ଆଗକୁ ନଯାଇ ବାମପାଶ୍ୱର୍ର୍ ରାସ୍ତାଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ ।
୨) ଏଜି ଛକପଟୁ ପିଏମ୍ଜି ଛକ ଆଡକୁ ଆସୁଥିବା ସମସ୍ତ ଯାନବାହନ ଗୁଡ଼ିକ ଜୟଦେବ ଭବନ ପାଖରେ ଡାହାଣପାଶ୍ୱର୍ରେ ଥିବା ଇନ୍ଦିରାଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ ।
୩) ମାଷ୍ଟରକ୍ୟାଣ୍ଟିନ ଛକପଟୁ ଅପର ପିଏମ୍ଜି ଛକ ଆଡକୁ ଆସୁଥିବା ସମସ୍ତ ଯାନବାହନ ଗୁଡ଼ିକ ଲୋୟର ପିଏମ୍ଜି ଛକ ଠାରୁ ବାମ କିମ୍ବା ଡାହାଣ ପାଶ୍ୱର୍ର୍ ରାସ୍ତା ଦେଇ ଯାଇପାରିବେ । କିନ୍ତୁ ସେମାନେ ମହାତ୍ମାଗାନ୍ଧୀ ମାର୍ଗ ଦେଇ ଯାଇପାରିବେନାହିଁ ।
୪) ୧୨୦ବାଟାଲିୟନ ଛକ ପଟୁ ରବିନ୍ଦ୍ରମଣ୍ଡପ ଆଡକୁ ଆସୁଥିବା ସମସ୍ତ ଯାନବାହନ ଗୁଡ଼ିକ ପାୱାର ହାଉସ୍ ଛକ ଆଡକୁ ଯିବେ ।
୫) ରାଜଭବନ ଛକପଟୁ ଏମ୍ଏଲ୍ଏ କଲୋନୀ ଏବଂ ରବିନ୍ଦ୍ରମଣ୍ଡପ ଆଡକୁ ଆସୁଥିବା ସମସ୍ତ ଯାନବାହନ ଗୁଡ଼ିକ ଶାସ୍ତ୍ରୀନଗର ଛକ ଆଡକୁ ଯିବେ ।