27.1 C
Bhubaneswar
Thursday, April 25, 2024
Homeଅପରାଧକଟୁରି ଦେଖାଇ ଢ଼ାବା ମାଲିକଙ୍କଠୁ ଲୁଟ୍‌, ୩ଗିରଫ

କଟୁରି ଦେଖାଇ ଢ଼ାବା ମାଲିକଙ୍କଠୁ ଲୁଟ୍‌, ୩ଗିରଫ

ଭୁବନେଶ୍ୱର: କଟୁରି ଦେଖାଇ ଏକ ଢ଼ାବା ମାଲିକଙ୍କ ଠାରୁ ଲୁଟ୍ କରିଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ସମ୍ପୃକ୍ତ ୩ଜଣ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ପୁରୀଘାଟ ଥାନା ଅନ୍ତର୍ଗତ ଉପରତେଲେଙ୍ଗା ବଜାର ବୁରୁଜସାହିର ମନୁଆ ଦାସ(୧୯), ଡମ୍ପର ଓରଫ ପ୍ରଭାକର ଜେନା(୨୧), ବାରଙ୍ଗ ଥାନା ଅନ୍ତର୍ଗତ ବେଲଗଚ୍ଛିଆ ଅଞ୍ଚଳର ପପୁ ଓରଫ ସତ୍ୟରଞ୍ଜନ ସ୍ୱାଇଁ(୨୧) । ଏମାନଙ୍କ ଠାରୁ ଗୋଟିଏ କଟୁରି, ୫.୫ଗ୍ରାମର ସୁନାମୁଦି, ୧୧୦ଗ୍ରାମର ରୂପା ବ୍ରେସଲେଟ୍‌, ଦୁଇଟି ଦାମୀଘଣ୍ଟା, ନଗଦ ୩୨୦୦ଟଙ୍କା, ଗୋଟିଏ ସ୍କୁଟି ଜବତ ହୋଇଛି ।

ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ, ତମାଣ୍ଡୋ ଥାନା ନିକଟରେ ସନ୍ଧ୍ୟା ଢ଼ାବା ରହିଛି । ଉକ୍ତ ଢ଼ାବାର ମାଲିକ ଗତ ୧୮ତାରିଖ ରାତିରେ ଢ଼ାବା ବନ୍ଦ କରି ଘରକୁ ଫେରୁଥିଲେ । ସେ ପାତ୍ରପଡା ଆନ୍ଧ୍ର ବ୍ୟାଙ୍କ ନିକଟରେ ହୋଇଥିବାବେଳେ ଗିରଫ ୩ ଅଭିଯୁକ୍ତ ଏବଂ ତାଙ୍କର ଜଣେ ସହଯୋଗୀ ଏକ ସ୍କୁଟିରେ ଆସି ତାଙ୍କୁ ସେଠାରେ ଅଟକାଇଥିଲେ ।

ପାଖରେ ରଖିଥିବା ଏକ କଟୁରି ଦେଖାଇ ଢ଼ାବା ମାଲିକଙ୍କ ଠାରୁ ଏକ ସୁନାମୁଦି, ଗୋଟିଏ କାନର, ଟାଇଟନ କମ୍ପାନୀର ଏକ ହାତ ଘଣ୍ଟା, ଗୋଟିଏ ମୋବାଇଲ ଫୋନ ଏବଂ ନଗଦ ୧୨ହଜାର ଟଙ୍କା ଜୋରଜବରଦସ୍ତ ଛଡାଇ ଏନ୍‌ଏଚ୍‌-୧୬ ଦେଇ ସେଠାରୁ ଖସି ପଳାଇ ଯାଇଥିଲେ । ଏହି ଘଟଣାର ଲିଖିତ ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ଚଢ଼ାଉ କରି ଘଟଣାରେ ସମ୍ପୃକ୍ତ ଥିବା ୩ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତମାନେ ନିଜ ଦୋଷ ସ୍ୱୀକାର କରିଛନ୍ତି । ଏଥିରେ ସମ୍ପୃକ୍ତ ଥିବା ଅନ୍ୟଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ ଚେଷ୍ଠା ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking