22.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶପାକିସ୍ତାନରେ ଥିବା ବାଣିଜ୍ୟ ଦୂତାବାସ ବନ୍ଦ କଲା ଡ୍ରାଗନ: ନିଜେ କଲା ଘୋଷଣା

ପାକିସ୍ତାନରେ ଥିବା ବାଣିଜ୍ୟ ଦୂତାବାସ ବନ୍ଦ କଲା ଡ୍ରାଗନ: ନିଜେ କଲା ଘୋଷଣା

ନୂଆଦିଲ୍ଲୀ: ପଡୋଶୀ ରାଷ୍ଟ୍ର ପାକିସ୍ତାନ ଏବେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛି । ସେପଟେ ସୁରକ୍ଷାସ୍ଥିତି ମଧ୍ୟ ବିପନ୍ନ ଅବସ୍ଥାରେ ରହିଛି । ତେହେରିକ-ଏ-ତାଲିବାନ ପାକିସ୍ତାନ ପକ୍ଷରୁ ନିୟମିତ ଭାବେ ପାକିସ୍ତାନ ସେନା ଉପରେ ଆକ୍ରମଣ ଜାରି ରଖିଛି । ଯାହାକୁ ନେଇ ଚିନ୍ତାରେ ପଡିଛି ଚୀନ । ତେଣୁ ପାକିସ୍ତାନର ଇସଲାମାବାଦରେ ଥିବା ଚୀନର ଏକ ଦୂତାବାସରେ ତାଲା ପକାଇଛି ଡ୍ରାଗନ ।

ଏ ନେଇ ନିଜ ୱେବସାଇଟରେ ଘୋଷଣା କରିଛି ଚୀନ ଦୂତାବାସ । ତେବେ କାହିଁକି ଏବଂ କେତେ ସମୟ ପର୍ଯ୍ୟନ୍ତ ଏହାକୁ ବନ୍ଦ କରାଯାଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । କିନ୍ତୁ ବେଲୁଚ ବିଦ୍ରୋହୀଙ୍କ ଦ୍ୱାରା ବାରମ୍ବାର ହେଉଥିବା ଆକ୍ରମଣ ଯୋଗୁଁ ଚୀନ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଗତ ଫେବ୍ରୁଆରି ୧୩ରୁ ପରବର୍ତ୍ତୀ ସୂଚନା ପର‌୍ୟ୍ୟନ୍ତ ଇସଲାମାବାଦସ୍ଥିତ ଚୀନ୍ ଦୂତାବାସ ବିଭାଗ ଅସ୍ଥାୟୀ ଭାବେ ବନ୍ଦ ରହିବ ବୋଲି ଦୂତାବାସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଗତ ସପ୍ତାହରେ ଚୀନ୍ ସରକାର ଏକ ନୋଟିସ୍ ଜାରି କରି ପାକିସ୍ତାନରେ ଚୀନ୍ ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ଗତବର୍ଷ ଶେଷ ସମୟରେ ତେହେରିକ-ଏ-ତାଲିବାନ ପାକିସ୍ତାନ ଏବଂ ପାକିସ୍ତାନ ସରକାରଙ୍କ ସହ ଥିବା ଯୁଦ୍ଧବିରତୀ ଚୁକ୍ତି ବାତିଲ ହୋଇଥିଲା । ଏହା ପରଠାରୁ ପାକିସ୍ତାନରେ ଲଗାତାର ଭାବରେ ଆକ୍ରମଣ ଲାଗି ରହିଛି । ପାକିସ୍ତାନରେ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡରରେ କାମ କରୁଥିବା ଚୀନର ଲୋକମାନଙ୍କୁ ଆକ୍ରମଣ କରି ଚାଲିଛନ୍ତି ବିଭିନ୍ନ ଆତଙ୍କବାଦୀ ସଂଗଠନ । ତେଣୁ ଏସବୁକୁ ନଜରରେ ରଖି ଚୀନ ଦୂତାବାସକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking