ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ତ୍ରାଲରେ ଏନକାଉଣ୍ଟରରେ ଆତଙ୍କବାଦୀ ସଂଗଠନ ଜୈଶ ଏ ମୋହମ୍ମଦର ଟପ୍ କମାଣ୍ଡର ଶାମ ସୋଫି ନିହତ ହୋଇଛି । ଆଇଜିପି କଶ୍ମୀର ବିଜୟ କୁମାର ଏହି ସୂଚନା ପ୍ରଦାନ କରିଛନ୍ତି । ଏହାପୂର୍ବରୁ ପୁଲିସ କହିଛି ଯେ, ଅବନ୍ତୀପୋରାର ତ୍ରାଲ ଅଂଚଳର ତିଲବାନୀ ମୋହଲ୍ଲାରେ ଗୁଳି ବିନିମୟ ଆରମ୍ଭ ହୋଇଛି । ପୁଲିସ ଓ ସୁରକ୍ଷା କର୍ମୀଙ୍କ ଅପରେସନ ଜାରି ରହିଛି ।
ଗତ ଦୁଇ ଦିନରେ ସୁରକ୍ଷା କର୍ମୀ ୫ ଆତଙ୍କବାଦୀଙ୍କୁ ସଫା କରିଥିଲେ । ସୋପିୟାଁରେ ସୋମବାର ଓ ମଙ୍ଗଳବାର ସୁରକ୍ଷାକର୍ମୀ ଅପରେସନରେ ୫ ଆତଙ୍କବାଦୀଙ୍କୁ ସଫା କରିଛନ୍ତି । ସୋପିଆଁ ଜିଲ୍ଲାରତୁଲରାମ ଓ ପେରିପୋରା ଅଂଚଳରେ ହୋଇତିବା ଏହି ଅପରେସନରେ ସିଆରପିଏଫର ୧୭୮ ବାଟାଲିୟନ, ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ କଶ୍ମୀର ପୁଲିସର ଯବାନ ସାମିଲ ଅଛନ୍ତି ।