26.7 C
Bhubaneswar
Friday, April 19, 2024
Homeଓଡିଶାକଂଗ୍ରେସ ଭବନରେ ଭଙ୍ଗାରୁଜା

କଂଗ୍ରେସ ଭବନରେ ଭଙ୍ଗାରୁଜା

ଭୁବନେଶ୍ୱର : ରାଜ୍ୟ କଂଗ୍ରେସ ଭବନରେ ଭଙ୍ଗାରୁଜା । ପୁଣି ଉଗ୍ର ହେଲା କଂଗ୍ରେସ କନ୍ଦଳ । ଯୁବ କଂଗ୍ରେସ ସଭାପତିଙ୍କୁ ବିରୋଧ କରି କଂଗ୍ରେସ ଭବନରେ ଭଙ୍ଗାରୁଜା । ଯୁବ କଂଗ୍ରେସ କାର୍ଯ୍ୟାଳୟର ସମସ୍ତ ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି ବିରୋଧୀ ଗୋଷ୍ଠୀ । ଦୀର୍ଘ ଦିନ ହେଲା ଯୁବ କଂଗ୍ରେସରେ ଲାଗି ରହିଛି ଗୋଷ୍ଠୀ କନ୍ଦଳ । ଯୁବ କଂଗ୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କାଙ୍କୁ ବିରୋଧ କରୁଛନ୍ତି ଅପର ଗୋଷ୍ଠୀ । ଯାହାକୁ ନେଇ ବିଭିନ୍ନ ସମୟରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାର ନଜିର ରହିଛି ।

ସକାଳ 6 ଟାରେ 4 ଜଣ ଅଜଣା ଯୁବକ ମୁହଁରେ କଳା କପଡା ପିନ୍ଧି କଂଗ୍ରେସ ଭବନକୁ ଧସେଇ ପଶିଥିଲେ । କଂଗ୍ରେସ ଭବନରେ ଥିବା ଯୁବ କଂଗ୍ରେସ କାର୍ଯ୍ୟାଳୟର ପଶି ଭାଙ୍ଗାରୁଜା କଲେ । ସୁରକ୍ଷା କର୍ମୀଙ୍କୁ ଯୁବ କଂଗ୍ରେସ କାର୍ଯ୍ୟାଳୟ ଚାବି ମାଗିଥିଲେ 4 ଯୁବକ । ଚାବି ନମିଳିବାରୁ କାର୍ଯ୍ୟାଳୟ ତାଲା ଭାଙ୍ଗି ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି । ଦୀର୍ଘ ଦିନ ହେଲା କଂଗ୍ରେସରେ ଚାଲିଥିବା ଗୋଷ୍ଠୀ କନ୍ଦଳର ପ୍ରତିଫଳନ ଆଜିର ଘଟଣାରୁ ଆହୁରି ସ୍ପଷ୍ଟ ହୋଇଛି । ତେବେ ଏହି ଯୁବକମାନେ ଭଙ୍ଗାରୁଜା କରି ଫେରାର୍ ହୋଇ ଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking