ଭୁବନେଶ୍ୱର: ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ବିଜୁ ଲିଗାସି ନେତା ଏକାଠି ହେବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ରାଜନେତା ପ୍ରସନ୍ନ ପାଟଶାଣୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ବିଜୟ ମହାପାତ୍ର । ଆସନ୍ତାକାଲି ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି ସଭା ପାଇଁ ସମସ୍ତେ ଏକାଠି ହେବେ । ବିଜୟ ମହାପାତ୍ର କହିଲେ, ସମସ୍ତେ ବିଜୁ ବାବୁଙ୍କ ପାଇଁ ଏକାଠି ହେବେ ଏଥିରେ ରାଜନୈତିକ ବାର୍ତ୍ତା କିଛି ନାହିଁ । ଯିଏ ଯାହା ଚାହିବେ କହି ପାରିବେ, ସେଥିରେ କିଛି ଯାଏ ଆସେ ନାହିଁ । ବିଜୁ ବାବୁଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭାକୁ ସବୁ ନେତା, ମନ୍ତ୍ରୀ, ବିଧାୟକ, ସାଂସଦ ସମସ୍ତଙ୍କୁ ନିମନ୍ତ୍ରଣ ହୋଇଛି । ସବୁ ଦଳର ସବୁ ବର୍ଗ ଏବଂ ସବୁ ଶ୍ରେଣୀର ଲୋକଙ୍କୁ ଡକା ଯାଇଛି । ତେବେ ନବୀନ ବାବୁଙ୍କୁ ଡକା ଯାଇଛି କି ନାହିଁ ସେ ସଂପର୍କରେ ଜାଣିନଥିବା କହିଛନ୍ତି ବିଜୟ ମହାପାତ୍ର ।










