24.1 C
Bhubaneswar
Tuesday, February 18, 2025
Homeଖେଳଡିସକସ୍ ଥ୍ରୋରେ ଚମକିଲେ କମଲପ୍ରୀତ

ଡିସକସ୍ ଥ୍ରୋରେ ଚମକିଲେ କମଲପ୍ରୀତ

ଟୋକିଓ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ନବମ ଦିନ । ଡିସକସ୍ ଥ୍ରୋରେ ଭାରତର କମଲପ୍ରୀତ କୌର ଶାନଦାର ପ୍ରଦର୍ଶନ କରିଛନ୍ତି। ବିଜୟ ସହିତ ସେ ଫାଇନାଲରେ ପ୍ରବେଶ କରିଛନ୍ତି । ତୃତୀୟ ପ୍ରୟାସରେ ୬୪ ମିଟର ପର୍ଯ୍ୟନ୍ତ ଥ୍ରୋ କରିଛନ୍ତି କମଲପ୍ରୀତ । କମଲପ୍ରୀତ ଭାରତକୁ ପଦକ ଦେବାକୁ ଅତି ନିକଟତର ହୋଇଛନ୍ତି । ଫାଇନାଲକୁ ଯୋଗ୍ୟତା ହାସଲ ସହ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି କମଲପ୍ରୀତ । ୨ ତାରିଖରେ ପଦକ ପାଇଁ ସେ ପ୍ରତିଦ୍ୱନ୍ଦିତା କରିବେ । ଏହା ବ୍ୟତିତ ତୀରନ୍ଦାଜ ଓ ବକ୍ସିଂରେ ଭାରତ ନିରାଶ ହୋଇଛି । ତୀରନ୍ଦାଜ ଅତନୁ ଦାଶ ଓ ବକ୍ସର ଅମିତ ହାରି ବାହାର ହୋଇଛନ୍ତି ।

ଦୁହେଁ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚରେ ହାରିଛନ୍ତି । କ୍ବାଲିଫିକେସନ୍‌ ଗ୍ରୁପ୍‌ ବି’ରେ କମଲପ୍ରୀତ୍ ଆପଣା ଉଦ୍ୟମରେ ୬୩.୯୭ ମିଟର୍ ଦୂରକୁ ଡିସ୍‌କସ୍‌ ଫିଙ୍ଗିଥିବା ବେଳେ ପେରକୋଭିକ୍‌ ୬୩.୯୭ ମିଟର୍‌ ଦୂରକୁ ଡିସ୍‌କସ୍‌ ଫିଙ୍ଗିଥିଲେ। ପ୍ରାରମ୍ଭରେ କମଲପ୍ରୀତ୍ ୬୦.୨୯ ମିଟର୍‌ ଦୂରକୁ ଡିସ୍‌କସ୍‌ ଫିଙ୍ଗିଥିଲେ। ଅଗଷ୍ଟ ୨ ତାରିଖରେ ସେ ଫାଇନାଲ୍‌ରେ ଅବତ୍ତୀର୍ଣ୍ଣ ହେବେ। ସେହିଭଳି ‘ଗ୍ରୁପ୍‌ ଏ’ ମହିଳା ଡିସ୍‌କସ୍‌ ଥ୍ରୋ‌’ରେ ସୀମା ପୁନିଆ ୬ଷ୍ଠ ସ୍ଥାନରେ ରହି ପରାସ୍ତ ହୋଇଛନ୍ତି। ଆଜି ଭାରତୀୟ ତୀରନ୍ଦାଜ ୧୬ ରାଉଣ୍ଡ୍‌ ମ୍ୟାଚ୍‌ରେ ୪-୬ରେ ପରାଜିତ ହୋଇଛନ୍ତି। ୯, ୮ ଏବଂ ୯ ହିଟ୍‌ କରିବା ପରେ ଚୂଡ଼ାନ୍ତ ସେଟ୍‌ରେ ସେ ଆଉ ତୀର ଚାଳନା କରିପାରି ନାହାନ୍ତି। ଫଳତଃ ଚୂଡ଼ାନ୍ତ ପ୍ରତିଦ୍ବନ୍ଦ୍ବିତାରେ ତାକାହାରୁ ଫୁରୁକାୱା ୮ ପଏଣ୍ଟ୍‌ ହାସଲ କରିବାରୁ ୨୭-୨୬ରେ ପ୍ରତିଯୋଗିତାର ଅବସାନ ଘଟିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking