22.1 C
Bhubaneswar
Wednesday, January 22, 2025
Homeଓଡିଶାଆଜି ପୌର ଭୋଟ୍, ବହୁ ସଂଖ୍ୟାରେ ଆସି ମତଦାନ କରନ୍ତୁ : ଏସ୍‌ଇସି

ଆଜି ପୌର ଭୋଟ୍, ବହୁ ସଂଖ୍ୟାରେ ଆସି ମତଦାନ କରନ୍ତୁ : ଏସ୍‌ଇସି

ଭୁବନେଶ୍ୱର: ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ୍ୱ ସମୟର ବ୍ୟବଧାନ ପରେ ଆଜି ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ୧୦୩ ଏନଏସି ଓ ମ୍ୟୁନିସିପାଲିଟି ଏବଂ ୩ ମହାନଗର ନିଗମରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଲମ୍ବା ସମୟ ପରେ ପୁଣିଥରେ ସ୍ଥାନୀୟ ନେତା ବାଛିବାକୁ ସୁଯୋଗ ମିଳିଥିବାରୁ ବହୁ ସଂଖ୍ୟାରେ ସହରି ଭୋଟର ମଦଦାନ କେନ୍ଦ୍ରକୁ ଆସି ଭୋଟ ଦେବାକୁ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଆହ୍ୱାନ କରିଛନ୍ତି । ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ୧୦୯ଟି ସହରାଞ୍ଚଳରେ ଥିବା ୪,୩୭୩ଟି ବୁଥରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ । ମୋଟ ୪୦.୫୫ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ଏବଂ ୬,୪୧୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏଥିପାଇଁ ରାଜ୍‌ଯବ୍ୟାପୀ ୨୨ ହଜାର ପୁଲିଂ କର୍ମଚାରୀ ନିୟୋଜିତ ହେବେ ।

ଆଜି ସମସ୍ତେ ପ୍ରତି ଜିଲ୍ଲା ସଦର ମହକୁମାରୁ ଇଭିଏମ୍‌, ବାଲଟ ୟୁନିଟ୍ ଏବଂ ଅନ୍ୟ ସରଞ୍ଜାମ ଧରି ନିଜ ନିଜ ବୁଥରେ ପହଞ୍ଚିଛନ୍ତି । ଗୋଟିଏ ପୁଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସହ ତିନି ପୁଲିଂ ଅଫିସର ରହିବେ । ଏଥର ପୌରାଧ୍ୟକ୍ଷ ଓ ମେୟର ପଦପାଇଁ ଅଲଗା ମତଦାନ ହେଉଥିବାରୁ ପ୍ରତି ବୁଥରେ ଦୁଇଟି ଇଭିଏମ୍ ରହିବ । ଏହି ସକାଶେ ଜଣେ ଲେଖାଏ ପୁଲିଂ ଅଫିସରଙ୍କ ସଂଖ୍ୟା ବଢ଼ାଯାଇଛି । ଏଥିସହ ବୁଥରେ ଶାନ୍ତିପୂର୍ଣ୍ଣ ମତଦାନ କରାଇବାକୁ ପ୍ରତି ବୁଥରେ ଜଣେ ହାବିଲଦାର କିମ୍ବା କନଷ୍ଟେବଲ ଏବଂ ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ପୁଲିସ ରହିବେ । ରାଜ୍ୟବ୍‌ଯାପୀ ୧୯୫ ପ୍ଲାଟୁନ୍ ଫୋର୍ସ ନିୟୋଜିତ ଅଛନ୍ତି ।

ଏମାନଙ୍କ ମଧ୍ୟରେ ଓଡ଼ିଶା ପୁଲିସ, ଏସଏସବି, ଆଇଆରବି ଯବାନ ରହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ପୁଲିସ ପକ୍ଷରୁ ଜାରି ସୂଚନା ଅନୁସାରେ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ଅବାଧ ନିର୍ବାଚନ ପାଇଁ ୧୦୫ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୧୧୦ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ନିୟୋଜିତ କରାଯାଇଛି । ସେହିପରି ୧୦୬ଟି ପୌରାଞ୍ଚଳ ଓ ଏନଏଏସିରେ ୧୦୦ ପ୍ଲାଟୁନ୍ ଫୋର୍ସ ଓ ୩୪୦ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରଠୁ ରାଜ୍ୟବ୍ୟାପୀ ୨୪,୬୬୩ ଲିଟର ମଦ, ୯୮ ବେଆଇନ ଅସ୍ତ୍ରଶସ୍ତ୍ର, ୩ କେଜି ୪୪୪ ଗ୍ରାମ ନିଶାଦ୍ରବ୍ୟ ଇତିମଧ୍ୟରେ ପୁଲିସ ଓ ଅବକାରୀ ବିଭାଗର ରେଡ୍ ଦ୍ୱାରା ଜବତ ହୋଇଛି । ୨୨୮୬୧ଟି ୱାରାଣ୍ଟ ପଡ଼ିରହିଥିବା ବେଳେ ୪୮୦ଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking