29.1 C
Bhubaneswar
Wednesday, April 24, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ପାରିବାରିକ ଅଶାନ୍ତି ଦେଖାଦେଇପାରେ । କାର୍ଯ୍ୟରେ ସଫଳତା ମିଳିବ । କଷ୍ଟସାଧ୍ୟ କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ବ୍ୟବସାୟରେ ଲାଭବାନ୍ ହେବେ ।

ବୃଷ : କାର୍ଯ୍ୟରେ ସଫଳତା ଲାଭ କରିବେ । ଆମୋଦ ପ୍ରମୋଦରେ ସମୟ ଅତିବାହିତ ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଲୋକ ସମ୍ପର୍କ ବୃଦ୍ଧି ଘଟିବ । ଅର୍ଥ ମିଳିବ ।

ମିଥୁନ : ଆଜି ସରକାରୀ ସ୍ତରରେ ସମ୍ମାନୀତ ହେବେ । ଦୃଢ଼ମନୋବଳ ନେଇ କାର୍ଯ୍ୟ କରିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସୁଖ ସମ୍ଭୋଗ କରିପାରନ୍ତି । ନୂତନ ଓ ଉନ୍ନତ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ । ପ୍ରୀତି ଲାଭ କରିପାରନ୍ତି । ବ୍ୟବସାୟକ ଲାଭଜନକ ହେବ ।

କର୍କଟ : ଉପୁଜିଥିବା ସମସ୍ୟାର ସୁ ସମାଧାନ ହେବ । ଭ୍ରମଣ ଯୋଗ ରହିଛି । ଗୁଣବାନ୍ ହେବେ । ଶତ୍ରୁ ବିଜୟୀ ହୋଇପାରନ୍ତି । ସୁଖ ଭୋଗ କରିବେ । ବନ୍ଧୁ ସ୍ନେହ ଅତୁଟ ରହିବ । ଶ୍ରେଷ୍ଠ ପଦୋନତୀ ପାଇବେ ।

ସିଂହ : ଆଜି ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ମାନସିକ ଅଶାନ୍ତି ଦୂର ହେବ । ମନରେ କ୍ଷୋଭ ବୃଦ୍ଧି ହୋଇପାରେ । ଚନ୍ଦ୍ରଭୋଗ ହେଉଥିବାରୁ ସତର୍କତା ଅବଲମ୍ବନ କରନ୍ତୁ ।

କନ୍ୟା : ଆଜି ଶତ୍ରୁ ଚିନ୍ତା ଲାଗି ରହିବ । ଆମୋଦ ପ୍ରମୋଦରେ ସମୟ ବିତାଇ ପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବନ୍ଧୁ ମିଳନ ଘଟିପାରେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ବିଭିନ୍ନ ସ୍ତରରୁ ସହଯୋଗ ପ୍ରାପ୍ତି ହୋଇପାରନ୍ତି ।

ତୁଳା : ଚାଲୁ ରହିଥିବା ଯୋଜନା କାର୍ଯ୍ୟରେ ପରିବର୍ତନ ଘଟାଇପାରନ୍ତି । ଦରକାର ପଡ଼ିଲେ ସାମୟିକ ଭାବେ ଆତ୍ମଗୋପନ କରିପାରନ୍ତି । ମାନ ସମ୍ମାନ ବୃଦ୍ଧି ହେବ । ଦୂରଯାଗାକୁ ଯାଇପାରନ୍ତି ।

ବିଛା : ଯାତ୍ରା ସମୟରେ ଠିକ ଜାଗାରେ ବନ୍ଧୁଙ୍କୁ ନପାଇ ବ୍ୟସ୍ତ ହୋଇଯିବେ । ଟିକିଏ କଥାରେ ରାଗିଯାଇ ଯାହା ପାଇବେ ତାହା କହିବେ । ଯାହା ଫଳରେ କିଛି ସମସ୍ୟା ଆସିପାରେ । ମହିଳାମାନେ ବିଳାସୀନି ହେବେ । ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ ।

ଧନୁ: ସ୍ୱାସ୍ଥ୍ୟ ସମସ୍ୟା ସୁଧୁରି ଯିବ । ଏକ ପ୍ରକାର ନିଶ୍ଚିନ୍ତ ସହକର୍ମୀଙ୍କ ସହ ଶତ୍ରୁତା କାରଣରୁ ସବୁ କିଛି ଠିକ ହୋଇଯିବ । ବ୍ୟବସାୟରେ ଉନ୍ନତି କରିବେ ।

ମକର: ପ୍ରିୟ ବନ୍ଧୁଙ୍କ ସହ ଭାଙ୍ଗିଯାଇଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ । ପିଲାମାନଙ୍କ ପଢ଼ାରେ ସମସ୍ୟା ନେଇ ମନ ଭାରାକ୍ରାନ୍ତ ହୋଇପାରେ । ଆଜି ଆପଣଙ୍କୁ ବନ୍ଧୁ ସାହାଯ୍ୟ ମିଳିବ ।

କୁମ୍ଭ: ଆଜିର କର୍ମକ୍ଷେତ୍ରରେ କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଇ ଠିକ ହେବ ନାହିଁ । ସନ୍ତାନମାନଙ୍କ ବିଶୃଙ୍ଖଳ ଆଚରଣ ମନକୁ ଭାରାକ୍ରାନ୍ତ କରିବ । ପର କଥାରେ ପଡ଼ି ଅଧିକ କାମରେ ହାତ ଦିଅନ୍ତୁ ନାହିଁ ।

ମୀନ: ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ । ସ୍ତ୍ରୀଙ୍କ ପ୍ରେରଣାରେ ଉପକୃତ ହୋଇପାରନ୍ତି । ଯାହାକି ବ୍ୟସ୍ତତାର କାରଣ ହୋଇପାରେ । ମହିଳାମାନେ ସାମାନ୍ୟ ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ଛାତ୍ରଛାତ୍ରୀମାନେ ବିଦ୍ୟା ଦିଗରେ ଆଗେଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking