27.1 C
Bhubaneswar
Saturday, July 27, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତିୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତିୁ ଜାଣିବା….

ମେଷ : ଆଜି ଶନିଙ୍କ ସହ ଧନାଧିପତି ନିଜ ଗୃହ ମଣ୍ଡଳ କରିଥିବାରୁ ସାମାନ୍ୟ ବିଳମ୍ବରେ ଘଟିବ । ପୂର୍ବାହ୍ନରେ ଅର୍ଥ ପାଇବେ । କିନ୍ତୁ କେତକ କ୍ଷେତ୍ରରେ ସମସ୍ୟର ସମାନତା ଜନିତ ଟେନ୍‌ସନ୍ ଲାଗି ରହିବ । ବହୁତ୍ ଦିନର କାର୍ଯ୍ୟ ହାସଲ କରିପାରନ୍ତି । ମହିଳାମାନେ ଗୃହକାର୍ଯ୍ୟରେ ଯଗି ରହିବେ ।

ବୃଷ : ଆଜି ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସିତ ହେବେ । ଗବେଷଣା, ଅନୁସନ୍ଧାନ, ବାଣିଜ୍ୟ ଓ ରାଜନୀତିରେ ସଫଳ ହେବେ । ସାବଧାନ ରୁହନ୍ତୁ । ଭଲ ପାଇବାକୁ କେନ୍ଦ୍ର କରି କଳହ ଲାଗିପାରେ । କୌଣସି ସମ୍ପର୍କୀୟଙ୍କ ଚିନ୍ତାରେ ବ୍ୟଥିତ ହେବେ ।

ମିଥୁନ : ଦ୍ୱୀତିୟରେ ଚନ୍ଦ୍ର ଥିବାରୁ ଅନ୍ୟକୁ ସହଜରେ ପ୍ରଭାବିତ କରିପାରିବେ । ବିଭିନ୍ନ ସୂତ୍ରରୁ ଅର୍ଥଲାଭ ହେବ । ସୁନ୍ଦର କଥା ମାଧ୍ୟମରେ ବନ୍ଧୁଙ୍କୁ ଆପଣାଇ ପାରିବେ । ଦେଖି ଚାହିଁ କାମ କରନ୍ତୁ ନତୁବା ଅସୁବିଧାର ସମ୍ମୁଖିନ ହେବେ ।

କର୍କଟ : ଆପଣ ଆଜି ମନରେ ଯାହା ଭାବୁଥିବେ ବନ୍ଧୁଙ୍କ ଆଗରେ କହିଲେ ଭଲ ହେବ । ଶିଳ୍ପ ବାଣିଜ୍ୟ ଓ ବ୍ୟବସାୟରେ ବିଶେଷ ଅସୁବିଧା ହେବ ନାହିଁ ।

ସିଂହ : ଆଜି ସରକାରୀ ସ୍ତରରୁ ଆଶା କରୁଥିବା ଶୁଭ ଖବର ପାଇ ଉଲ୍ଲସିତ ହେବେ । ସଭା ସମିତି କିମ୍ବା କର୍ମକ୍ଷେତ୍ରରେ ସମ୍ମାନୀୟ ବ୍ୟକ୍ତି ବିଶେଷ ସହାୟତ କରିବେ । ପରିବାର ମଧ୍ୟରେ ନିଜ ମନୋଭାବକୁ ହଠାତ୍ ପ୍ରକାଶ କରନ୍ତୁ ନାହିଁ । ସମସ୍ୟାକୁ ଡ଼ାକି ଆଣିବେ ।

କନ୍ୟା : ଆଜି ଅଷ୍ଟମସ୍ଥ ବୁଧ ଶୁକ୍ର ପାପ ସହ ରାହୁଙ୍କ ସହ ଅବସ୍ଥାନ କରି ନିଜର କୌଣସି କୂଟନୀତି ପ୍ରୟୋଗ କରି ଯେମିତି ଚାହୁଁଛନ୍ତି ସେମିତି କରିବାର ସଫଳ ହେବେ । ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ । ମହିଳାମାନଙ୍କ ପାଖରେ ଥିବା ଧନ ସମ୍ପତି ଅକ୍ତିଆର କରିବେ ।

ତୁଳା : ଆଜିର କାର୍ଯ୍ୟକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ ହେବ ନାହିଁ । ପରିବାରରେ ଶୁଣାକଥାକୁ ବିଶ୍ୱାସ କରି କୌଣସି କାମ କଲେ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ଆର୍ଥିକ ସ୍ଥିତିକୁ ମଜବୁତ କରିବା ସହ ଜମିଜମା ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିପାରନ୍ତି ।

ବିଛା : ଆପଣଙ୍କର ଆର୍ଥିକ ପରିସ୍ଥିତି ଭଲ ରହିବ । ପୂର୍ବରୁ ଲାଗି ରହିଥିବା କଳହ ସମାଧାନ ହୋଇଯିବ । ବ୍ୟବସାୟରେ ସ୍ୱଳ୍ପ ଲାଭ ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ନୂତନ ଗୃହ କରିପାରିବେ । ଛାତ୍ରଛାତ୍ରୀମାନେ କର୍ମଯୋଗୀ ହୋଇପାରନ୍ତି ।

ଧନୁ : ଆଜି ଦିନଟି ଆପଣଙ୍କ ପକ୍ଷେ ଭଲ ହେବନାହିଁ । ଶତୃର ସମ୍ମୁଖିନ ହୋଇପାରନ୍ତି । ମାନସିକ ଅଶାନ୍ତି ତଥା ପାରିବାରିକ କଳହ ଲାଗି ରହିବ । ସ୍ୱାସ୍ଥ୍ୟହାନୀ ଓ ଅର୍ଥଭାବ ପାଇଁ ବିବ୍ରତ ହୋଇପାରନ୍ତି । ମହିଳାମାନେ ଇର୍ଷାପରାୟଣ ହେବେ ।

ମକର : ଆଜି ବ୍ୟବସାୟରେ ଲାଭବାନ ହେବେ । ଆପଣଙ୍କର ଅର୍ଥଭାବ ଦୂର ହେବ । ଶୁଭ ଖବର ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ଲାଭବାନ ହେବେ । ସତର୍କତା ସହ ଚଳିବାକୁ ଚେଷ୍ଟା କରନ୍ତୁ । କେତେକ କ୍ଷେତ୍ରରେ ଅଯଥା ଅପମାନ ହେବେ ।

କୁମ୍ଭ : ଆଜି ସ୍ତ୍ରୀ ଓ ପିଲାଙ୍କ ପାଇଁ ବ୍ୟସ୍ତ ହେବେ । ବ୍ୟବସାୟରେ ମଧ୍ୟମଧରଣର ଲାଭ ହେବ । ବନ୍ଧୁମାନଙ୍କ ପ୍ରତି ଅପ୍ରତୀ ହେବେ । ଆପଣଙ୍କ ଶରୀର ସୁସ୍ଥ ରହିବ । ମହିଳାମାନେ ପାରିବାରିକ ଅଶାନ୍ତି ଲାଭ କରିବେ । ବିଦ୍ୟାର୍ଥୀମାନେ ଅମନଯୋଗୀ ହୋଇପାରନ୍ତି ।

ମୀନ : କର୍ମକ୍ଷେତ୍ରରେ ପଦନ୍ନୋତୀ ଘଟିପାରେ । ପରିବାରରେ ଶାନ୍ତି ମିଳିବ । ଆପଣଙ୍କର ନୂତନ ନିଯୁକ୍ତି ସୃଷ୍ଟି ହୋଇପାରେ । ଆପଣଙ୍କ ଶରୀର ସୁସ୍ଥ ରହିବ । ଜଟିଳ ସମସ୍ୟାର ସମାଧାନ ହୋଇଯିବ । ନୂତନ ଭୂମି କ୍ରୟ କରିପାରିବେ । ମହିଳାମାନେ ସମ୍ମାନୀତ ହୋଇପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking