27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶସ୍କୁଲ ନଯିବାରୁ ଗାଳି କଲେ ମାଆ; ରାଗରେ ଜୀବନ ହାରିଦେଲା ଝିଅ

ସ୍କୁଲ ନଯିବାରୁ ଗାଳି କଲେ ମାଆ; ରାଗରେ ଜୀବନ ହାରିଦେଲା ଝିଅ

ଚଣ୍ଡିଗଡ଼: ସହି ପାରିଲେନି ମାଆର ଗାଳି । ଜୀବନ ହାରିଲେ ସପ୍ତମ ଶ୍ରେଣୀ ଛାତ୍ରୀ । ହରିୟାଣାର ପାନିପଥରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍କୁଲ ନଯିବାରୁ ମାଆ ନିଜ ଝିଅକୁ ଗାଳି ଦେଇଥିଲେ । ଯେଉଁଥିପାଇଁ ଝିଅ ନିଜ ଜୀବନ ହାରିଦେଇଥିବା କୁହାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବୁଧବାର ଦିନ ହରିୟାଣାର ପାନିପଥରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି । କୁହାଯାଉଛି ଯେ, ସ୍କୁଲ ନଯିବାରୁ ମାଆ ତାଙ୍କୁ ଗାଳି ଦେଇଥିଲେ । ଯେଉଁଥିପାଇଁ ଝିଅ ନିଜ ଜୀବନ ହାରି ଦେଇଛି ​​। ଘରେ ଏକୁଟିଆ ଥିବାବେଳେ ଛାତ୍ରୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ମୃତକଙ୍କ ସାନଭାଇ ସ୍କୁଲରୁ ଫେରି ଘରର କବାଟ ଖୋଲିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠି ପହଞ୍ଚି ମୃତଦେହକୁ ଜବତ କରିଥିଲା ଏବଂ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବର୍ତ୍ତମାନ ପୋଲିସ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି । ତେବେ ମୃତକଙ୍କ ପରିବାର ବିହାରର ବାସିନ୍ଦା ଅଟନ୍ତି । ବର୍ତ୍ତମାନ ସେ ପାନିପଥର ରାଜନଗରରେ ରହୁଛନ୍ତି । ପରିବାରର ଚତୁର୍ଥ ସନ୍ତାନ ମଧ୍ୟରୁ ମୃତ ନାବାଳିକା ଛାତ୍ରୀ ଦ୍ୱିତୀୟ ସନ୍ତାନ ଅଟନ୍ତି । ମୃତକଙ୍କ ମାଆଙ୍କ କହିବା ଅନୁଯାୟୀ ଆତ୍ମହତ୍ୟା କରିଥିବା ଝିଅ ରାଜନଗରର ଏକ ସରକାରୀ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲେ । ସେ ଗତ ଦୁଇ ଦିନ ଧରି ସ୍କୁଲ ଯାଉନଥିବାରୁ ଘଟଣା ଦିନ ସକାଳେ ମାଆ ତାଙ୍କୁ ଗାଳିଗୁଲଜ କରି ଦୁଇଥର ଚାପୁଡ଼ା ମାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking