31.1 C
Bhubaneswar
Tuesday, April 23, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜିର ଦିନଟି ଆପଣଙ୍କର ଆର୍ଥିକ ପରିସ୍ଥିତି ଭଲ ରହିବ । କିନ୍ତୁ କେତେକ କ୍ଷେତ୍ରରେ ଅତ୍ୟଧିକ ବ୍ୟୟ ଅନୁଭତ ହେବ । ଦୁର୍ଘଟଣା ଘଟିପାରେ । ସତର୍କ ରହିବେ ।

ବୃଷ : ଆଜି ପୈତୃକ ସମ୍ପତି ନେଇ ଅଶାନ୍ତି ଦେଖାଦେଇପାରେ । ଶାରୀରିକ ଅସୁସ୍ଥତା ଦେଖାଦେବ । ଆର୍ଥିକ ଅବସ୍ଥା ଦେଖାଦେବ । ନୂତନ କର୍ମସଂସ୍ଥାରେ ଗଣ୍ଡଗୋଳ ଲାଗିପାରେ ।

ମିଥୁନ : କର୍ମକ୍ଷେତ୍ରରେ ଆଗେଇବେ । ଆର୍ଥିକ ଲାଭ ମିଳିବ । ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ । ପରିସ୍ଥିତିରେ ଜଗି ରଖି ଚଳିବାକୁ ହେବ । ମହିଳାମାନେ ଗୃହ କାର୍ଯ୍ୟରେ ଉପକୃତ ହେବେ ।

କର୍କଟ : ଆଜି ଚନ୍ଦ୍ର ଯୋଗ ହେତୁ ଆର୍ଥିକ ଉନ୍ନତି ମିଳିବ । ନୂତନ କାର୍ଯ୍ୟରେ ଉପକୃତ ହେବେ । ସବୁକ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଉଚିତ । ବ୍ୟୟ ଅଧିକ ହୋଇପାରେ ।

ସିଂହ : ପାରିବାରିକ ପରିସ୍ଥିତି ଆଦୌ ଅନୁକୂଳ ନୁହେଁ । କୌଣସି ଘଟଣାରେ ଖୁବ୍ ବିବ୍ରତ ହେବେ । ଜଣାଯାଏ ଆର୍ଥିକ ପରିସ୍ଥିତି ଦୁଃଖ ଦାୟକ ହେବ ।

କନ୍ୟା : ପୈତୃକ ସମ୍ପତି ନେଇ ସାମାନ୍ୟ ଅଶାନ୍ତି ଦେଖାଦେବ । ନୂତନ କର୍ମସଂସ୍ଥା କିମ୍ବା ବ୍ୟବସାୟରେ ତରବର ହୋଇ ସିଦ୍ଧାନ୍ତ ନେବା ଉଚିତ୍ ନୁହେଁ । ଶରୀର ଅସୁସ୍ଥ ରହିବ । ମହିଳାମାନେ ଶାନ୍ତିରେ ରହିପାରନ୍ତି ।

ତୁଳା : ପାରିବାରିକ ସମସ୍ୟାରେ ଉନ୍ନତି ଘଟିବ । ଆର୍ଥିକ ଉନ୍ନତିରେ ଖୁସି ହେବେ । କର୍ମକ୍ଷେତ୍ରରେ ତଥା ବ୍ୟବସାୟରେ ସହଯୋଗ ପାଇପାରନ୍ତି ।

ବିଛା : ଆଜି କୌଣସି ବନ୍ଧୁ ଦ୍ୱାରା ସାହାଯ୍ୟ ପାଇ ଖୁସି ହେବେ । ସାମାନ୍ୟ ଘଟଣାରେ ବିବ୍ରତ ହୋଇପାରନ୍ତି । ମହିଳା ଓ ଛାତ୍ରଛାତ୍ରୀମାନେ ଉପକୃତ ହେବେ ।

ଧନୁ : ଆର୍ଥିକ ପରିସ୍ଥିତି ଓ ମାନସିକ ଦ୍ୱନ୍ଦ ବହୁ ଅସୁବିଧା ସୃଷ୍ଟି ହେବ । ନୂତନ ନିଯୁକ୍ତିରେ ଆଶା ବିଫଳ ହେବ । କର୍ମକ୍ଷେତ୍ର ତଥା ବ୍ୟବସାୟରେ କ୍ଷତି ଘଟିପାରେ ।

ମକର : ଆଜି ଅଯଥା କ୍ଷତିର ସୂଚନା ମିଳୁଛି । ବ୍ୟବସାୟ କ୍ଷେତ୍ରରେ ବ୍ୟୟ ଅଧିକ ହେବ । ଦୁର୍ଘଟଣା ଘଟିପାରେ । ପିତାଙ୍କ ଦେହ ଖରାପ ରହିବ । ମହିଳାମାନେ ଚିନ୍ତା କରିପାରନ୍ତି ।

କୁମ୍ଭ : ନୂତନ ନିଯୁକ୍ତିରେ ଆଶା ଉଜ୍ଜଳ ରହିବ । ଆର୍ଥିକ ପରିସ୍ଥିତି ସୁଖ ହେବ । ବ୍ୟବସାୟରେ ହଠାତ୍ ବନ୍ଧୁ ସହଯୋଗ ଆସିବ । କର୍ମ ସୁଖି ହେବେ ।

ମୀନ : କର୍ମକ୍ଷେତ୍ରରେ ହଠାତ୍ ଶୁଭ ସମ୍ବାଦ ପାଇପାରନ୍ତି । ଆର୍ଥି ପରିସ୍ଥିତିରେ ଉନ୍ନତି କରିବେ । ବ୍ୟବସାୟ ଅନୁକୂଳ ହେବ । ମାଲିମୋଦ୍ଦମାରେ ଜୟଯୁକ୍ତ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking