33.1 C
Bhubaneswar
Monday, May 6, 2024
Homeଓଡିଶାଆଜି ଭୁବନେଶ୍ୱରରେ ଦିଶିବନି ଛାଇ

ଆଜି ଭୁବନେଶ୍ୱରରେ ଦିଶିବନି ଛାଇ

ଭୁବନେଶ୍ୱର: ବର୍ଷରେ ଦୁଇ ଥର ସୂର୍ଯ୍ୟ ଆମ ମୁଣ୍ଡ ଉପରେ ରହେ ଏବଂ ଆମର ଛାଇ ଦୃଶ୍ୟମାନ ହୋଇନଥାଏ । ଯାହାକୁ ଜ୍ୟୋର୍ତିବିଜ୍ଞାନୀମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଦିବସ ବୋଲି କହିଥାନ୍ତି । ଏହି ଦିବସ କେବଳ ମକର କ୍ରାନ୍ତି ଓ କର୍କଟ କ୍ରାନ୍ତି ଭିତରେ ଥିବା ଅଞ୍ଚଳରେ ହିଁ ଘଟିଥାଏ । ଏଣୁ କନ୍ୟାକୁମାରୀ ଠାରୁ ଭାରତର ମଧ୍ୟଭାଗରେ ଥିବା କର୍କଟ କ୍ରାନ୍ତି ମଧ୍ୟରେ ଥିବା ସବୁ ଅଞ୍ଚଳରେ ଏପ୍ରିଲରୁ ଜୁନ୍ ଓ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ବର୍ଷକୁ ଦୁଇ ଥର ଶୂନ୍ୟ ଛାୟା ଘଟିଥାଏ ।

ତେବେ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ଭୁବନେଶ୍ୱରରେ ଆସନ୍ତାକାଲି ୧୧.୪୩ ଏବଂ ଜୁଲାଇ ୨୨ରେ ୧୧.୫୩ରେ ଶୂନ୍ୟ ଛାୟା ଦୃଶ୍ୟମାନ ହେବ । ସେହିପରି କଟକରେ ମେ’ ୨୨ରେ ୧୧.୪୩ ଏବଂ ଜୁଲାଇ ୨୧ରେ ୧୧.୫୩, ବୁର୍ଲାରେ ମେ’ ୨୮ରେ ୧୧.୫୨ ଏବଂ ଜୁଲାଇ ୧୫ରେ ୧୧.୫୭, ରାଉରକେଲାରେ ଜୁନ୍ ୨ରେ ୧୧.୫୮ ଏବଂ ଜୁଲାଇ ୧୦ରେ ୧୧.୫୬, ବଲାଙ୍ଗୀରରେ ମେ’ ୨୩ରେ ୧୧.୫୪ ଏବଂ ଜୁଲାଇ ୨୦ରେ ୧୨.୦୪ ଏବଂ ବାରିପଦାରେ ମେ’ ୩୧ରେ ୧୧.୫୪ ଏବଂ ଜୁଲାଇ ୧୨ତାରିଖରେ ୧୧.୪୯ରେ ଛାଇ ଦୃଶ୍ୟମାନ ହେବନି ।

ଏହି ଦୃଶ୍ୟ ଦେଖିବା ପାଇଁ ସର୍ବସାଧାରଣଙ୍କ ପାଇଁ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ ଠାରେ ମେ ୨୧ ତାରିଖରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking