33.1 C
Bhubaneswar
Wednesday, April 24, 2024
Homeଓଡିଶାଏସ୍‌ସିବି ମହିଳା ସଫେଇ କର୍ମଚାରୀଙ୍କୁ ବଳାତ୍କାର ଘଟଣା: ଅଭିଯୁକ୍ତ ଗିରଫ

ଏସ୍‌ସିବି ମହିଳା ସଫେଇ କର୍ମଚାରୀଙ୍କୁ ବଳାତ୍କାର ଘଟଣା: ଅଭିଯୁକ୍ତ ଗିରଫ

କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ଓ ହସ୍ପିଟାଲ(ଏସ୍‌ସିବି )ରେ ଏକ ଘରୋଇ ସଂସ୍ଥାର ମହିଳା ସଫେଇ କର୍ମଚାରୀଙ୍କୁ ବଳାତ୍କାର ଘଟଣାରେ ଆଜି ମଙ୍ଗଳାବାଗ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାମ ସୁଧୀର କୁମାର ସାହୁ (୨୯) । ତାଙ୍କ ଘର ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଅଞ୍ଚଳରେ ହୋଇଥିଲା ବେଳେ ସେ ସଫେଇ ସଂସ୍ଥା ପରିତୋଷର ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ ।

ତେବେ ପରିତୋଷର ଜଣେ ୨୮ ବର୍ଷୀୟା ବିବାହିତା ମହିଳା ଟ୍ରମା କେୟାରରେ ସଫେଇ କରୁଥିବା ସମୟରେ ତାଙ୍କର ଜଣେ ସହଯୋଗୀ କର୍ମଚାରୀ ଚାନ୍ଦିନୀ ତାଙ୍କୁ ଖବର ଦେଲେ ଯେ, ସୁଧୀରବାବୁ ଏସ୍‌ଆର ହଷ୍ଟେଲ୍‌ର ୧୫ ନମ୍ବର ରୁମ୍‌କୁ ସଫା କରିବାକୁ ଡାକୁଛନ୍ତି । ଖବର ପାଇ ମହିଳା ଜଣଙ୍କ ଏହା କରିବାକୁ ପ୍ରଥମେ ମନା କରିଥିଲେ । ମାତ୍ର ଚାକିରିରୁ ବାହାର କରିଦେବା ଲାଗି ତାଙ୍କୁ ସୁଧୀର ଧମକ ଦେବାରୁ ଅପରାହ୍ଣ ୪ଟା ବେଳେ ହଷ୍ଟେଲ୍ ରୁମ୍‌କୁ ସଫା କରିସାରି ମହିଳା ଜଣକ ଫେରିବାକୁ ପ୍ରସ୍ତୁତ ହେଉଥିଲେ । ମାତ୍ର ଏହି ସମୟରେ ସୁଧୀର ହଠାତ୍ ସେଠାରେ ପହଞ୍ôଚ ରୁମ୍ କବାଟ ବନ୍ଦ କରି ଦେଇଥିଲେ ।

ଏହା ପରେ ତାଙ୍କୁ ଜବରଦସ୍ତ ବେଡ୍‌କୁ ଟେକି ନେଇ ତାଙ୍କୁ ବଳାତ୍କାର କରିଥିଲେ । ଏହି ଘଟଣାଟି ଗତ ୭ ତାରିଖରେ ଘଟିଥିବା ବେଳେ ପୀଡ଼ିତା ମହିଳା ଜଣଙ୍କ ଥାନାରେ ୧୫ ତାରିଖ ପୂର୍ବାହ୍ଣରେ ଏତଲା ଦେଇଥିଲେ । ପୁଲିସ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ଚଳାଇଥିଲା । ହେଲେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ତେବେ ପରବର୍ତ୍ତି ଅବସ୍ଥାରେ ବିଭିନ୍ନ ସୂତ୍ରକୁ ଆଧାର କରି ପୁଲିସ ସୁଧୀରକୁ ଧରିଥିଲା ।

ସେ ମହିଳାଙ୍କ ଅନିଚ୍ଛାରେ ବଳାତ୍କାର କରିଥିବା କଥା ସ୍ୱୀକାର କରିଛି । ବଳାତ୍କାରର ଶିକାର ହୋଇଥିବା ମହିଳା ଜଣକ ଜଗତପୁର ନିମପୁର ବସ୍ତିରେ ରହୁଥିଲା ବେଳେ ୧୬୪ ସିଆର୍‌ପିସି ଆଧାରରେ ବୟାନ କୋଟରେ ରେକର୍ଡ କରାଯାଇଛି । ପୁଲିସ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking