25.8 C
Bhubaneswar
Saturday, July 27, 2024
Homeଓଡିଶାଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ବିଭିନ୍ନ ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଇବା ପାଇଁ ଶ୍ରଦ୍ଧାଳୁଙ୍କ...

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ବିଭିନ୍ନ ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ବର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପଞ୍ଚୁକର ଶେଷ ଦିନ। ଡଙ୍ଗା ଭସାଇବା ପାଇଁ ବିଭିନ୍ନ ପୁଷ୍କରଣୀ ଓ ନଦୀ କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। କାହିଁ କେଉଁ କାଳରୁ ଓଡ଼ିଆ ଜାତିର ଅନନ୍ୟ ପରମ୍ପରା ବୋଇତ ବନ୍ଦାଣ ଉତ୍ସବ। କାର୍ତ୍ତିକ ପୂର୍ଣ୍ଣିମାରେ ସକାଳୁ ଉଠି ଡଙ୍ଗା ଭସାଇବାର ପରମ୍ପରା ରହି ଆସିଛି। ପ୍ରଚୀନ ଉତ୍କଳର ସମୃଦ୍ଧ ନୌବାଣିଜ୍ୟ ସହିତ ଯୋଡ଼ି ହୋଇ ରହିଛି ବୋଇତ ବନ୍ଦାଣ। ଡଙ୍ଗା ଭସାଇବା ପାଇଁ ଭୁବନେଶ୍ବର ବିନ୍ଦୁ ସାଗର କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।

ସେହିପରି କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବେଶ ଚଳଚଞ୍ଚଳ କଟକ ଗଡ଼ଗଡ଼ିଆ ଘାଟ। ବଡି ଭୋରରୁ ଶ୍ରଦ୍ଧାଳୁମାନେ ଆସି ଡଙ୍ଗା ଭସାଇଛନ୍ତି। ପରିବାରର ମଙ୍ଗଳ ମନାସି ଡଙ୍ଗା ଭସାଇଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶସାନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏହି ଦିନ ପ୍ରାତଃକାଳରୁ ଆବାଳ ବୃଦ୍ଧ ବନିତା ନଦୀ ବା ପୁଷ୍କରଣୀରେ ବୁଡ଼ ପକାଇ କଦଳୀ ବାହୁଙ୍ଗା ବା ସୋଲରେ ତିଆରି ଡଙ୍ଗାରେ ଦୀପ ଜାଳି ସେଥି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking