27.1 C
Bhubaneswar
Saturday, July 27, 2024
Homeଓଡିଶାଆଜି ସୃଷ୍ଟି ହେବ ଲଘୁଚାପ, ୨୯ରେ ନେବ ଅବପାତର ରୂପ

ଆଜି ସୃଷ୍ଟି ହେବ ଲଘୁଚାପ, ୨୯ରେ ନେବ ଅବପାତର ରୂପ

ଭୁବନେଶ୍ୱର : ଆଜି ସୃଷ୍ଟି ହେବ ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ପାଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ସମ୍ଭାବ୍ୟ ଲଘୁଚାପ । ଆହୁରି ଘନୀଭୂତ ହୋଇ ୨୯ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ନେଇପାରେ ଅବପାତର ରୂପ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ଆଶଙ୍କା ରହିଛି।

ଯଦି ଲଘୁଚାପଟି ବାତ୍ୟାର ରୂପ ନିଏ ତେବେ କେଉଁଠି ଲ୍ୟାଣ୍ଡଫଲ୍ କରିବ ତାକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ସାଇକ୍ଲୋନ୍ ନାଁ ରହିବ ମିଚାଉଙ୍ଗ । କିଛି ମଡେଲ ବାତ୍ୟାଟି ବାଂଲାଦେଶରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରୁଥିବାବେଳେ କିଛି ମଡେଲ ଏହା ଆନ୍ଧ୍ର ଉପକୂଳ ଆଡକୁ ଯିବା ନେଇ ଆକଳନ କରୁଛନ୍ତି। ତେବେ ଓଡ଼ିଶା ଉପରେ କୌଣସି ସିଧାସଳଖ ପ୍ରବାବ ନ ପଡିବା ନେଇ ଅଧିକାଂଶ ମଡେଲ ଇଙ୍ଗିତ ଦେଇଛନ୍ତି।

ଭାରତୀୟ ପାଣିପାଗ ବିଭାଗ ବାତ୍ୟା ନେଇ କୌଣସି ପୂର୍ବନୁମାନ କରିନି । ବିଭାଗର ସୂଚନା ଅନୁୟାୟୀ ବର୍ତ୍ତମାନ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ୨ଟି ଘୂର୍ଣ୍ଣିବଳୟ ରହିଛି। ଦକ୍ଷିଣ ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଲଘୁଚାପ ସୃଷ୍ଟି ହେବ। ତେବେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking