27.1 C
Bhubaneswar
Wednesday, May 8, 2024
Homeଓଡିଶାଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅବମାନନା କଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅବମାନନା କଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ପୁରୀ : ମହାପ୍ରଭୁଙ୍କ ବନକ ଲାଗି ନୀତି ଦୀର୍ଘ ବର୍ଷ ହେଲା ବୁଧବାର ହୋଇ ଆସୁଛି । ଏବର୍ଷ ରଥଯାତ୍ରା ପରେ ନିର୍ଧାରିତ ବୁଧବାର ତା ୧୨.୦୭.୨୩ ରେ ବନକଲାଗି ନ କରିବାରୁ ଗତ ତା ୧୮.୦୭.୨୩ ରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ସେବାୟତ ମାନଙ୍କ ସହ ଦତ୍ତମହାପାତ୍ର ନିଯୋଗ ମଧ୍‌ଯ ଉପସ୍ଥିତ ଥିଲେ । ଏହି ବୈଠକରେ ନିର୍ଧାରଣ ହୋଇଥିଲା ଯେ, ବୁଧବାର ବନକ ଲାଗି ପାଇଁ ପ୍ରକୃଷ୍ଟ ଦିନ । ତଦନୁସାରେ ତା ୧୯.୦୭.୨୩ ବୁଧବାର ବନକ ଲାଗି ପାଇଁ ଦତ୍ତମହାପାତ୍ର ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଗୁୁଆ ଅବଗତ କରାଯାଇଥିଲା ।

କିନ୍ତୁ ଦତ୍ତମହାପାତ୍ର ନିଯୋଗ ଏହା ସମ୍ପାଦନ କରି ନ ଥିଲେ । ତେଣୁ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁସାରେ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଯାହାର ଜବାବରେ ନିଯୋଗ ପକ୍ଷରୁ ଦାଖଲ କରାଯାଇଥିବା ଉତ୍ତର ସନ୍ତୋଷଜନକ ତଥା ଗ୍ରହଣୀୟ ହୋଇନଥିଲା । ଏଭଳି ସ୍ଥିତିରେ, ଆସନ୍ତାକାଲି ବୁଧବାର ତା ୨୬.୦୭.୨୩ରେ ବନକଲାଗି ସମ୍ପାଦନ ପାଇଁ ଦତ୍ତମହାପାତ୍ର ନିଯୋଗକୁ ପୁଣିଥରେ ନିର୍ଦ୍ଦେଶ ଜାରି କରାଯାଇଛି । ଏହାର ଅବମାନନା କଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ବାଧ୍‌ଯ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking