31.1 C
Bhubaneswar
Sunday, May 19, 2024
Homeଓଡିଶାକାର୍ଲିଫନିଆ ବିଶ୍ୱବିଦ୍ୟାଳୟ ସହ ଚୁକ୍ତିନାମା ସ୍ୱାକ୍ଷର

କାର୍ଲିଫନିଆ ବିଶ୍ୱବିଦ୍ୟାଳୟ ସହ ଚୁକ୍ତିନାମା ସ୍ୱାକ୍ଷର

ଭୁବନେଶ୍ୱର: ରାଜ୍ୟ ସରକାର ଓ କାର୍ଲିଫନିଆ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ତେବେ ଏହାଦ୍ୱାରା ଉଚ୍ଚ ବୈଷୟିକ କ୍ଷେତ୍ରରେ ମିଳିତ ତାଲିମ କର୍ମଶାଳା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ଏବଂ ପ୍ରାୟ ୧୦୦୦ ଅନୁସନ୍ଧାନକାରୀ(ରିସର୍ଚର୍ସ)ଙ୍କୁ ତାଲିମ ଦିଆଯିବ । ଏହି ଏମଓୟୁ ସରକାରଙ୍କୁ ବିଭିନ୍ନ ପଦକ୍ଷେପ ଉପରେ ସହଯୋଗ ପାଇଁ ବରକିଲିଙ୍କ ଆଲୁମିନି ନେଟୱାର୍କ ସହିତ ସଂଯୋଗ କରିବାକୁ ସକ୍ଷମ କରିବ ।

ସହଯୋଗର ପ୍ରଥମ ପର୍ଯ୍ୟାୟରେ ବିପର୍ଯ୍ୟୟ ପରିଚାଳନା ଏବଂ ଜଳବାୟୁ ନିୟନ୍ତ୍ରଣ, ସ୍ୱାସ୍ଥ୍ୟସେବା, ଫିଣ୍ଟେକ୍ ଏବଂ କୃଷି ଭଳି କ୍ଷେତ୍ରରେ ପାଇଲଟ୍ ପ୍ରକଳ୍ପ ଆରମ୍ଭ ହେବ । ଉଦୀୟମାନ ବୈଷୟିକ କ୍ଷେତ୍ରରେ ସହଭାଗୀତା ଯେପରିକି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ମେସିନ୍ ଲର୍ନିଂ ଏବଂ ଶାସନ ବ୍ୟବସ୍ଥାରେ ଜେନେରେଟିଭ୍ ଏଇ ବ୍ୟବସ୍ଥା ଜନସାଧାରଣଙ୍କୁ ସେବା ବିତରଣ କ୍ଷେତ୍ରରେ ଅଧିକ ପରିବର୍ତ୍ତନ ଆଣିବ । ଆଗାମୀ ଦିନରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ, ଷ୍ଟାର୍ଟ ଅପ୍ ବିନିମୟ କାର୍ଯ୍ୟକ୍ରମ ଏବଂ ଷ୍ଟାର୍ଟ ଅପ୍ ତ୍ୱରାନ୍ୱିତ କାର୍ଯ୍ୟକ୍ରମ ଭଳି ମିଳିତ ପଦକ୍ଷେପ ଉପରେ ସହଯୋଗ ମଧ୍ୟ ଏହି ଏମଓୟୁ ଦ୍ୱାରା କରାଯି । ଏହି ବୁଝାମଣାର ବ୍ୟାପକ ପରିସର ବୃହତ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ରାଜ୍ୟ ପାଇଁ ଅପାର ଲାଭ ଆଣିବ ବୋଲି ଆଶା କରାଯାଉଛି ।

ଏହି ଅବସରରେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ଏହି ଏମଓୟୁ ସାହାଯ୍ୟରେ ଆଗାମୀ ବର୍ଷରେ ଜ୍ଞାନ ବାଣ୍ଟିବା, ସହଯୋଗ ଏବଂ ଅନୁସନ୍ଧାନର ଅନେକ କ୍ଷେତ୍ର ଦେଖିବାକୁ ମିଳିବ । ସହଭାଗୀତା ଏବଂ ରିସର୍ଚ୍ଚ ମିଳିତ ସହଯୋଗରେ ହେବା ଦ୍ୱାରା ଉଭୟ ସୋସାଇଟି ପାଇଁ ଲାଭଦାୟକ ହେବ । ଏହି ଏମଓୟୁର ଗୁରୁତ୍ୱକୁ ଦର୍ଶାଇ ଓଡ଼ିଶାର ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି ଯେ, ଏହି ସହଭାଗୀତା, ଯାହା ବିସ୍ତୃତ ଅଞ୍ଚଳରେ ସହଯୋଗ ଓଡ଼ିଶାର ଗବେଷଣା ଏବଂ ଇକୋସିଷ୍ଟମ୍ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସାହ ଯୋଗାଇବ ଏବଂ ଏହାର ଅଗ୍ରଗତିକୁ ଅନୁଧ୍ୟାନ କରିବ ।

୫-ଟି ସଚିବ ଭି.କେ ପାଣ୍ଡିଆନ ଓଡିଶାରେ ହୋଇଥିବା ପ୍ରଭାବଶାଳୀ ପରିବର୍ତ୍ତନ ଉପରେ ଆଲୋଚନା କରିଥିଲେ ଏବଂ ଏହି ଏମଓୟୁ ଓଡ଼ିଶାର ପରିବର୍ତନ ଯାତ୍ରାକୁ ଆହୁରି ସାହାଯ୍ୟ କରିବ ବୋଲି ବିଭିନ୍ନ ଉପାୟ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ପ୍ରତିନିଧି ଦଳ ଫ୍ରଷ୍ଟ ଏବଂ ସୁଲିଭାନ୍ ନାମକ ଏକ ବିଶ୍ୱସ୍ତରୀୟ ପରାମର୍ଶଦାତା ଫାର୍ମର ଅଧ୍ୟକ୍ଷ ଡେଭିଡ ଫ୍ରିଗସ୍ତାର୍ଡଙ୍କୁ ଓଡିଶା ପ୍ରତିନିଧି ଦଳ ଭେଟିଥିଲେ । ଭୁବନେଶ୍ୱରରେ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ପ୍ରତିଷ୍ଠା ପାଇଁ ଫ୍ରଷ୍ଟ ଆଣ୍ଡ ସୁଲିଭାନ ଏକ ଲେଟର ଅଫ ଇଣ୍ଟେଣ୍ଟ(ଏଲଓଆଇ) ଦାଖଲ କରିଛନ୍ତି । ଏହି ସିଓଇ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଶିଳ୍ପ ସହଭାଗିତାରେ ନିବେଶକ, ଉଦ୍ୟୋଗୀ, ଏକାଡେମିକ୍ ଏବଂ ଛାତ୍ରମାନଙ୍କ ପାଇଁ ଏକ ଅଭିବୃଦ୍ଧି ଭିତ୍ତିକ ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରିବ । ଫ୍ରଷ୍ଟ ଏବଂ ସୁଲିଭାନ୍ ମଧ୍ୟ ଓଡିଶାର ଅପହଞ୍ଚ ଅଞ୍ଚଳ ଏବଂ ଗ୍ରାମରେ ୫୦,୦୦୦ ରୁ ଅଧିକ ଯୁବକଯୁବତୀମାନଙ୍କ ପାଇଁ ବୈଷୟିକ କ୍ଷେତ୍ରରେ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବ । ଏହି ବୈଠକରେ ଆମାଜନ, ଆପଲ୍‌, ଷ୍ଟାନଫୋର୍ଡ ୟୁନିଭରସିଟି, ଇଫିସେନ୍ସ, ୟୁନିସିଅନ୍ କ୍ୟାପିଟାଲ୍‌, ଆଇରନ୍ ପିଲାର ପ୍ରତିନିଧିତ୍ୱ କରୁଥିବା ବିଶିଷ୍ଟ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ ।

ସ୍କାଏୱର୍କ ସୋଲ୍ୟୁସନର ବରିଷ୍ଠ ଉପସଭାପତି ତଥା ଜେନେରାଲ୍ ମ୍ୟାନେଜର ୟୁସୁଫ୍ ଜମାଲଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା । ଇଲେକ୍ଟ୍ରୋନିକ୍ସ ଇଣ୍ଡଷ୍ଟ୍ରିର ଜଣେ ଭେଟେରାନ୍ ଜମାଲ୍ ସ୍କାଏୱାର୍କ୍ସର ଡାଇଭର୍ସିଫାଏଡ୍ ଆନାଗଲ୍ ସଲ୍ୟୁସନ୍ ବ୍ୟବସାୟ , ଏଲଓଟି ଏବଂ ଉଚ୍ଚ ବିଶ୍ୱସନୀୟତା ଉତ୍ପାଦ ପୋର୍ଟଫୋଲିଓ ତଥା କମ୍ପାନୀର ସ୍ମାର୍ଟ ଅଡିଓ ବ୍ୟବସାୟକୁ ଏକୀକୃତ ଆନାଗଲ୍ ସିଷ୍ଟମ୍‌-ଅନ୍‌-ଚିପ୍ ପ୍ଲାଟଫର୍ମକୁ ତଦାରଖ କରନ୍ତି । ସ୍କାଏୱାର୍କ୍ସ ସଲ୍ୟୁସନ୍ ଭାରତରେ ଏହାର ପ୍ରଥମ ପୁଞ୍ଜି ବିନିଯୋଗ କରିବାକୁ ଆଶା ରଖିଥିବା ବେଳେ ଓଡିଶା ପ୍ରତିନିଧୀ ଦଳ ଜମାଲଙ୍କୁ ଓଡିଶାର ‘ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ଫାବଲେସ୍ ପଲିସି ୨୦୨୩’ ବିଷୟରେ ସୂଚନା ଦେଇଛନ୍ତି ଯାହା ନିକଟରେ କ୍ୟାବିନେଟ୍ ଅନୁମୋଦନ ଲାଭ କରିଛି । ଏହି ପ୍ରତିନିଧୀ ଦଳ ସ୍କାଏ ୱାର୍କସ ପ୍ରତିନିଧିଙ୍କୁ ଓଡିଶା ପରିଦର୍ଶନ କରିବାକୁ ଏବଂ ରାଜ୍ୟରେ ଏକ ଆର ଆଣ୍ଡ ଡି ସୁବିଧା ସ୍ଥାପନ କରିବାକୁ ଆମନ୍ତ୍ରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking