27.1 C
Bhubaneswar
Saturday, July 27, 2024
Homeଅପରାଧଭୁବନେଶ୍ୱର ରେଳ ଷ୍ଟେସନରେ ଭିକାରୀଙ୍କୁ ହତ୍ୟା ମାମଲା; ଅଭିଯୁକ୍ତଙ୍କୁ ଆଜୀବନ ଜେଲଦଣ୍ଡ

ଭୁବନେଶ୍ୱର ରେଳ ଷ୍ଟେସନରେ ଭିକାରୀଙ୍କୁ ହତ୍ୟା ମାମଲା; ଅଭିଯୁକ୍ତଙ୍କୁ ଆଜୀବନ ଜେଲଦଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେଶନରେ ଜଣେ ଭିକାରୀଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଶଙ୍କର ପାଣ୍ଡେଙ୍କୁ ଖୋର୍ଦ୍ଦା ଜିଲା ଓ ଦୌରା ଜଜ୍ ଆଜୀବନ ଜେଲଦଣ୍ଡର ସଜା ଶୁଣାଇଛନ୍ତି । ଏହା ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ କହିଛନ୍ତି । ଜରିମାନା ଅନାଦେୟ ୧ ବର୍ଷ ଅଧିକ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ୮ ଜଣ ସାକ୍ଷୀ ଥିଲେ । ସରକାରଙ୍କ ପକ୍ଷରୁ ଓକିଲ ସରଦ ଚନ୍ଦ୍ର ସାମନ୍ତ ଏହି ମାମଲାକୁ ପରିଚାଳନା କରୁଥିଲେ । ସୂଚନାଯୋଗ୍ୟ, ଗଞ୍ଜେଇ ପାଇଁ ରେଳ ଷ୍ଟେସନ ପରିସରରେ ଏକ ହତ୍ୟାକାଣ୍ଡ ଘଟିଥିଲା । ମୃତ ମହମ୍ମଦ ତାଙ୍କର ଅନ୍ୟ ସହଯୋଗୀ ସଞ୍ଚୟ ନାୟକଙ୍କ ସହ ମିଶି ରେଳ ଷ୍ଟେସନ ପରିସରରେ ଥିବା ଏକ ଟିକେଟ କାଉଣ୍ଟର ନିକଟରେ ଭିକ୍ଷା ବୃତ୍ତି କରୁଥିଲେ ।

ଅନ୍ୟପକ୍ଷରେ ଦୋଷୀ ଶଙ୍କରଙ୍କ ଘର ନୟାପଲ୍ଲୀ ଅଞ୍ଚଳରେ । ସେ ସବୁଦିନ ରେଳ ଷ୍ଟେସନକୁ ଆସନ୍ତି । ୨୦୨୨ ଏପ୍ରିଲ ୨୩ ଅପରାହ୍ନ ପ୍ରାୟ ୩ଟା ୩୦ରେ ମଧ୍ୟ ସେ ରେଳ ଷ୍ଟେସନକୁ ଆସିଥିଲେ । ହେଲେ ଏଠାକୁ ଆସିବା ପୂର୍ବରୁ ସଞ୍ଜୟଙ୍କୁ ଗଞ୍ଜେଇ ଆଣିବାକୁ କହିଥିଲେ । ଶଙ୍କର ସେଠାକୁ ଆସି ସଞ୍ଜୟଙ୍କୁ ଗଞ୍ଜେଇ ମାଗିଥିଲେ । ହେଲେ ସଞ୍ଜୟ ତାହା ଆଣି ନ ଥିବା କହିବାରୁ ଶଙ୍କର ରାଗିଯାଇ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମାରିଥିଲେ । ମହମ୍ମଦ ଏହାକୁ ବାରଣ କରିଥିଲେ । ଫଳରେ ମହମ୍ମଦଙ୍କୁ ଶଙ୍କର ମାଡ଼ ମାରିଥିଲେ । ଶଙ୍କର ତାଙ୍କ ଛାତି, ମୁଣ୍ଡଙ୍କୁ ମହମ୍ମଦ ବାରମ୍ବାର ମୁଥ ମାରିବାରୁ ତାଙ୍କ ସ୍ୱାସ୍ଥବସ୍ଥା ବିଗିଡ଼ି ଯାଇଥିଲା । ଯାହା ଫଳରେ ସେ ରକ୍ତବାନ୍ତି କରି ତେଳ ପଡ଼ିଯାଇଥିଲେ । ତାଙ୍କୁ ଲୋକେ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଜିଆରପି ଥାନା ପୁଲିସ ଏକ ମାମଲା ରୁଜୁ କରି ଶଙ୍କରଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking