ନୂଆଦିଲ୍ଲୀ: ଆଜି ବିଶ୍ୱ ମାତୃ ଦିବସ । ସମସ୍ତେ ଖୁସିରେ ପାଳନ କରୁଛନ୍ତି ମାତୃ ଦିବସ । କେହି କେହି ମାଆ ମାନଙ୍କୁ ଫୋନ କରି ଶୁଭେଚ୍ଛା ଜଣାଉଛନ୍ତି ଆଉ କେହି ସୋସିଆଲ ମିଡିଆରେ କିଛି ନିଜର ଭାବନା ଲେଖି ପୋଷ୍ଟ କରୁଛନ୍ତି । ସତରେ ମାଆ ପରି କେହି ହେବେ ନାହିଁ କି ମାଆର ଜାଗା କେହି ନେଇ ପାରିବେ ନାହିଁ । ମାଆର ପ୍ରତିଟି ନିଃଶ୍ୱାସରେ ଥାଏ ତା ଛୁଆ ପ୍ରତି ଶ୍ରଦ୍ଧା ଓ ଆଶିଷ । ମା ଖାଲି ଜନ୍ମଦାତ୍ରୀ ନୁହେଁ, ସେ ପ୍ରତ୍ୟେକ ଛୁଆଙ୍କର ଆତ୍ମ ବିଶ୍ୱାସ ଏବଂ ଶକ୍ତି, ଶୁଭ ଚିନ୍ତକ । ହେଲେ ଦୁଃଖର କଥା ଆଜି ବି ପିଲାମାନେ ନିଜ ମାଆ ବାପାଙ୍କ କଥା ନ ଭାବି ସେମାନଙ୍କୁ ବୃଦ୍ଧାଶ୍ରମରେ ଛାଡି ଚାଲି ଆସୁଛନ୍ତି । ଯେଉଁ ମାଆ ନିଜ ଛୁଆକୁ ନିଜ ସ୍ୱାର୍ଥହୀନ ହାତରେ ଛୋଟରୁ ବଡ କରିଥିଲା ଆଜି ସେମାନେ ସ୍ୱାର୍ଥପର ହୋଇ ନିଜ ମାଆ ବାପା କଥା ନ ଭାବି ବିବେକହୀନ ମଣିଷ ପରି ସେମାନଙ୍କୁ ବୃଦ୍ଧାଶ୍ରମରେ ଛାଡି ଦେଉଛନ୍ତି । ସେମାନଙ୍କୁ ଆଡ ଆଖିରେ ଚାହୁଁ ନାହାନ୍ତି । ମାଟିଏ କେତେ ନ ଭାବିଥିବ, ତା ଆଖିରେ ସୁନେଲି ସ୍ୱପ୍ନ । ଯେ, ମୋ ଛୁଆ ଦିନେ ବଡ ହୋଇ ମୋର ସବୁ ସ୍ୱପ୍ନ ପୂରଣ କରି ଭଲ ମଣିଷ ଟିଏ ହେବ । କିନ୍ତୁ ମା କଣ ଏହା ଭାବିଥିଲା ଯେ, ତା ପିଲାମାନେ ବଡ ହେଲେ ତା ମା ପ୍ରତି ଏମିତି ଅତ୍ୟାଚାର କରିବେ , ତା ମାଙ୍କୁ ଏଭଳି ସ୍ଥିତି ଦେଖିବାକୁ ପଡିବ । କିନ୍ତୁ ଦୁର୍ଭାଗ୍ୟର କଥା କେତେ ମାତୃ ଦିବସ ଆସୁ କି ପିତୃ ଦିବସ ଆସୁ ସବୁ ଗୋଟିଏ ଦିନ ପାଇଁ । ଖାଲି ଗୋଟିଏ ଦିନ ପାଳନ କରିଲେ ହେବ ନାହିଁ , ଖାଲି ଗୋଟିଏ ଦିନ ମାଙ୍କୁ ସମ୍ମାନ ଦେଲେ ହେବ ନାହିଁ, ମାତୃ ଦିବସ । ସାରା ଜୀବନ ମାଙ୍କ ସୁଖ ଦୁଖରେ ସାଥୀ ହୋଇ ରହିବାକୁ ପଡିବ ।










