27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶଆଜି ବିଶ୍ୱ ରକ୍ତଦାତା ଦିବସ

ଆଜି ବିଶ୍ୱ ରକ୍ତଦାତା ଦିବସ

ନୂଆଦିଲ୍ଲୀ : ଆଜି ପାଳିତ ହେଉଛି ବିଶ୍ୱ ରକ୍ତଦାତା ଦିବସ। ଯେଉଁମାନେ ରକ୍ତଦାନ କରୁଛନ୍ତି ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ଏହା ଦ୍ୱାରା ରକ୍ତଦାନ କରିବାକୁ ଅଧିକରୁ ଅଧିକ ଲୋକଙ୍କୁ ଉତ୍ସାହିତ କରାଯାଇ ପାରୁଛି। ୨୦୦୪ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ‘ରକ୍ତଦାତା ଦିବସ’ ପାଳନ କରାଯାଇଥିଲା । ଦାନ ଓ ପୁଣ୍ୟ ଅର୍ଜନ ଭାବନାରୁ କାହିଁ କେତେ ଊର୍ଦ୍ଧ୍ବରେ ରକ୍ତଦାନ ରହିଛି । ମାନବିକତାର ସର୍ବଶ୍ରେଷ୍ଠ ସ୍ୱାକ୍ଷର, ସଭ୍ୟତାର ସ୍ୱର୍ଣ୍ଣିମ ପରିଚାୟକ ଦେଇଥାଏ ରକ୍ତଦାନର ଏହି ଦିବ୍ୟଭାବନା । ରକ୍ତଦାନ କରିବା ଦ୍ୱାରା କାହାକୁ ନୂଆ ଜୀବନ ମିଳିଥାଏ । ଚିକିତ୍ସା ସେବାରେ ରକ୍ତଦାନର ମହତ୍ତ୍ୱ, ମହନୀୟତା ଓ ମାନବିକତାର ଆବେଦନର ପ୍ରତିଷ୍ଠା ହୋଇଛି। କାର୍ଲେ ଲାଣ୍ଡଷ୍ଟେନରଙ୍କ ଜନ୍ମଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତିବର୍ଷ ଜୁନ ୧୪ ତାରିଖ ଦିନ ପାଳିତ ହେଉଛି ବିଶ୍ୱ ରକ୍ତଦାତା ଦିବସ। ବିଶ୍ୱ ରକ୍ତଦାତା ଦିବସ’ ସାରା ବିଶ୍ୱରେ ଲୋକଙ୍କୁ ରକ୍ତ ଦାନ କରିବାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା। ରକ୍ତ ଦାନ କରିବା ଦ୍ୱାରା ବିଭିନ୍ନ ବିପଜ୍ଜନକ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ନୂଆ ଜୀବନ ଦେବାରେ ସଫଳ ହୋଇପାରିଛି । ବିଶ୍ୱରେ ଆବଶ୍ୟକତା ତୁଳନାରେ ଉପଲବ୍ଧ ହେଉଥିବା ରକ୍ତର ପରିମାଣ ଯଥେଷ୍ଟ କମ୍‌ ରହିଛି । ଏହି କାରଣରୁ ଅନେକ ଲୋକଙ୍କ ଅକାଳରେ ମୃତ୍ୟୁ ହେଉଛି। ଯାହାଫଳରେ ଅନେକ ଲୋକଙ୍କ ସୁନାର ସଂସାର ଉଜୁଡିଯାଉଛି । ହେଲେ, ଯଦି ଲୋକମାନେ ସ୍ୱଇଚ୍ଛାରେ ରକ୍ତ ଦାନ କରିବାକୁ ଆଗେଇ ଆସନ୍ତି ତାହାହେଲେ ଅନେକ ଅମୂଲ୍ୟ ଜୀବନ ବଞ୍ଚେଇବା ସମ୍ଭବ ହୋଇପାରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking