ମୋହାଲି : ଘରୋଇ ଭାରତ ଓ ଭ୍ରମଣାକରୀ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାରଠାରୁ ତିନିଟିକିଆମ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେଉଛି । ଏହାର ପ୍ରଥମ ମ୍ୟାଚ୍ ମୋହଲିଠାରେ ଖେଳାଯିବ । ଏହି ସିରିଜ ଦ୍ୱାରା ଭାରତ ଆସନ୍ତା ବିଶ୍ୱକପ୍ ପାଇଁ ନିଜ ବେଞ୍ଚଷ୍ଟ୍ରେନ୍ଥର ପରୀକ୍ଷା କରୁଛି । ଏଥିପାଇଁ ପ୍ରଥମ ଦୁଇ ମ୍ୟାଚରୁ ଅଧିନାୟକ ରୋହିତ ଶର୍ମାଙ୍କ ସହ ଶ୍ରେଷ୍ଠ ବ୍ୟାଟର ବିରାଟ କୋହଲି, ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ସ୍ପନିର କୁଲଦୀପ ଯାଦବଙ୍କୁ ବିଶ୍ରାମ ଦିଆଯାଇଛି । ଯାହାଦ୍ୱାରା ବିଶ୍ୱକପ୍ ପୂର୍ବରୁ ଏହା ଭାରତର ଅନ୍ତିମ ସିରିଜ ରହିଥିବାରୁ ଏହାଦ୍ୱାରା ଭାରତ ନିଜର ବେଞ୍ଚଷ୍ଟ୍ରେନ୍ଥ ପରୀକ୍ଷା କରିବ ।
ଏହି ଦୁଇଟି ମ୍ୟାଚ ପାଇଁ ଲୋକେଶ ରାହୁଲଙ୍କୁ ଅଧିନାୟକ କରାଯାଇଛି । ମ୍ୟାଚ୍ ମାଧ୍ୟମରେ ଗତ ଏସିଆ କପ୍ରେ ଅନ୍ତିମ ତିନି ମ୍ୟାଚ୍ ଖେଳିନଥିବା ବ୍ୟାଟର ଶ୍ରେୟସ୍ ଆୟରଙ୍କ ଫିଟ୍ନେସ୍ ସାଙ୍ଗକୁ ଦିନିକିଆ କ୍ରିକେଟ୍ରେ ବର୍ତ୍ତମାନ ସୁଦ୍ଧା ଖରାପ ରେକର୍ଡ ସୃଷ୍ଟି କରିଥିବା ଶ୍ରେଷ୍ଠ ଟି-୨୦ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସୂର୍ଯ୍ୟକୁମାର ଗତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ତିନିଟି ଯାକ ମ୍ୟାଚ୍ରେ ଶୂନରେ ଆଉଟ୍ ହୋଇଥିଲେ । ଜଣେ ବିସ୍ଫୋରକ ବ୍ୟାଟର ମାନ୍ୟତା ପାଇଥିବା ଯାଦବଙ୍କଠାରୁ ଟିମ୍ ଇଣ୍ଡିଆ ଦ୍ରୁତ ରନ୍ର ଆଶା କରି ତାଙ୍କୁ ପୁନର୍ବାର ସୁଯୋଗ ଦେବ ବୋଲି ନିଶ୍ଚିତ କରିଛି । ଅନ୍ୟପକ୍ଷରେ ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆ ଶେଷ ସିରିଜରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିବା ସହ ବିଶ୍ୱକପ୍ ପାଇଁ ଫୁଲ୍ଦମରେ ମଇଦାନକୁ ଓହ୍ଲାଇବାକୁ ଚେଷ୍ଟା କରିବ । ଏହି ସିରିଜ ମାଧ୍ୟମରେ ଦଳକୁ ଅଭିଜ୍ଞ ଷ୍ଟିଭେନ୍ ସ୍ମିଥ, ଅଧିନାୟକ ପ୍ୟାଟ୍ଟ କମିନ୍ସ, ମିଚେଲ ଷ୍ଟାର୍କ ଓ ଗ୍ଲେନ୍ ମାକ୍ସୱେଲ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଭାରତ: ବିଶ୍ୱକପ୍କୁ ନଜରରେ ରଖି ଟିମ୍ ଇଣ୍ଡିଆ କୋଚ୍ ରାହୁଲ ଦ୍ରାବିଡ୍ ଏଥିପାଇଁ ଘୋଷିତ ୧୫ ଜଣିଆ ଦଳର ସମସ୍ତ ଖେଳାଳିଙ୍କୁ ପରୀକ୍ଷା କରିବାକୁ ଚାହୁଁଛନ୍ତି । ଯେଉଁଥିପାଇଁ ସେ ସୂର୍ଯ୍ୟକୁମାର ଯାଦବ ପ୍ରଥମ ଦୁଇ ମ୍ୟାଚ୍ ନିଶ୍ଚିତ ଖେଳିବା ନେଇ ସେ କହିଛନ୍ତି । ବ୍ୟାଟିଂରେ ଶୁବମାନ ଗିଲ ଓ ଇଶାନ୍ କିଶାନ୍ ଓପନିଂ କରିବେ । ନମ୍ବର ୩ରେ ଶ୍ରେୟସ୍ ଆୟର ଓ ୪ରେ ଲୋକେଶ ରାହୁଲ ଖେଳିବେ । ୫ ଓ ୬ ନମ୍ବରରେ ସୂର୍ଯ୍ୟକୁମାର ଓ ତିକକ ବର୍ମା ରହିଛନ୍ତି । ପରେ ରବୀନ୍ଦ୍ର ଜାଡେଜା ବ୍ୟାଟିଂ କରିବେ । ବୋଲିଂରେ ଭାରତ ଦ୍ରୁୂତ ବୋଲରଙଘ୍କୁ ବିଶ୍ରାମ ଦେଇନାହିଁ । ଫଳରେ ସମସ୍ତ ବୋଲରଙ୍କୁ ଏହି ସିରିଜରେ ପରୀକ୍ଷା କରାଯିବ ।
ଅଷ୍ଟ୍ରେଲିଆ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗତ ଦିନିକିଆ ସିରିଜରେ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ପରେ ଲଗା୍ତାର ୩ ମ୍ୟାଚ୍ ହାରି ଦଳ ସିରିଜ ପରାଜିତ ହୋଇଛି । ଭାରତ ବିପକ୍ଷ ଏହି ସିରିଜରେ ଦଳ ବିଜୟ ଧାରାକୁ ଫେରିବାକୁ ଚେଷ୍ଟା କରିବ । ଓପନର ଟ୍ରେଭିସ୍ ହେଡ୍ଙ୍କ ସ୍ଥାନରେ ଅଲ୍ରାଉଣ୍ଡର ମାଥ୍ୟୁ ଶର୍ଟ ଡେବ୍ୟୁ କରବିାର ଯଥେଷ୍ଟ ସ୍ଭାବନା ରହିଛି । ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ସେ ଅଫ୍ ସ୍ପିନ୍ ବୋଲଏିଂ ମଧ୍ୟ କରିଥାନ୍ତିଥ୍ସ୍ିଥ୍, କମିନ୍ସ ଓ ଷ୍ଟାର୍କ ସମସ୍ତ ମ୍ୟାଚ୍ ଖେଳିବେ ।
ଭାରତ ସମ୍ଭାବ୍ୟ ଏକାଦଶ: ଇଶାନ୍ କିଶାନ୍, ଶୁବମାନ୍ ଗିଲ୍, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ଲୋକେଶ ରାହୁଲ (ୱିକେଟ୍ କିପର/ଅଧିନାୟକ), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ, ୱାଂଶିଟନ ସୁନ୍ଦର, ମହମ୍ମଦ ଶମି, ମହମ୍ମଦ ସିରାଜ, ଜଶପ୍ରୀତ୍ ବୁମରା ।
ଅଷ୍ଟ୍ରେଲିଆ ସମ୍ଭାବ୍ୟ ଏକାଦଶ: ଡେଭିଡ୍ ୱାର୍ଣ୍ଣର, ମିଚେଲ ମାର୍ଶ, ଷ୍ଟିଭ୍ ସ୍ମିଥ୍, ମାର୍ଣ୍ଣସ୍ ଲାବୁଶେନ୍, ଆଲେକ୍ସ କ୍ୟାରେ (ୱିକେଟ୍ କିପର), କାମେରନ୍ ଗ୍ରୀନ୍, ମାର୍କସ୍ ଷ୍ଟୋଇନିସ୍, ପ୍ୟାଟ୍ କମିନ୍ସ (ଅଧିନାୟକ), ସ୍ପେନ୍ସର ଜନ୍ସନ୍/ତନବୀର ସଂଘ, ଆଡାମ ଜମ୍ପା, ଜୋଶ ହାଜଲଉଡ୍ ।