28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବିଶ୍ୱକପ୍ ଦଳରୁ ନୋର୍ଜେ ବାଦ୍‌

ବିଶ୍ୱକପ୍ ଦଳରୁ ନୋର୍ଜେ ବାଦ୍‌

ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଆନରିଚ୍ ନୋର୍ଜେ ଓ ସିସାଣ୍ଡା ମାଗାଲା ଆହତ କାରଣରୁ ଆସନ୍ତା ଦିନିକିଆ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି ବୋଲି ଦକ୍ଷିଣ ଆଫ୍ରିକାର ମୁଖ୍ୟ ପ୍ରଶିକ୍ଷକ ରବ୍ ବାଲ୍ଟର ସ୍ପଷ୍ଟ କରିଛନ୍ତି । ଏହି ଦୁଇ ଖେଳାଳିଙ୍କ ସ୍ଥାନରେ ୧୫ ଜଣିଆ ବିଶ୍ୱକପ୍ ଦଳରେ ଆଣ୍ଡିଲେ ଫେଲୁକ୍ୱାୟୋ ଓ ଲିଜାଦ୍ ୱିଲିୟମ୍ସଙ୍କ ବଦଳ ଖେଳାଳି ଭାବେ ସ୍ଥାନ ପାଇଛନ୍ତି । ଗତ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ପରେ ନୋର୍ଜେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ତାଙ୍କର ତାଙ୍କର ସ୍କାନ୍ ଓ ଟେଷ୍ଟ କରାଯାଇଥିଲା । ସୁସ୍ଥ ହେବାପାଇଁ ଏବେ ତାଙ୍କୁ ବିଶ୍ରାମ ଆବଶ୍ୟକ ରହିଥିବାରୁ ସେ ବିଶ୍ୱକପ୍ ପାଇଁ ଦଳରୁ ବାଦ ପଡ଼ିଛନ୍ତି । ତାଙ୍କ ବ୍ୟତୀତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳୁଥିବା ବେଳେ ମାଗାଲ ଆହତ ହୋଇଥିଲେ ।

ପରେ ସୁସ୍ଥ ହୋଇ ଦଳରେ ସାମିଲ ହୋଇଥିଲେ । କିନ୍ତୁ ଗତ ଅଷ୍ଟ୍ରେଲିଆ ବପିକ୍ଷ ସିରିଜରେ ଆଣ୍ଠୁରେ ଆଘାତ ପାଇଥିଲେ । ବର୍ତ୍ତମାନ ସୁଧା ତାଙ୍କ ଆଘାତ ସମ୍ପର୍କିତ ସବିଶେଷ ସୂଚନା ମିଳିନଥିଲେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତାଙ୍କୁ ବିଶ୍ୱକପ୍ ଦଳରୁ ବାଦ୍ ଦିଆଯାଇଛି । ଏହି ଦୁଇ ଖେଳାଳିଙ୍କ ଅନୁପସ୍ଥିତି ନେଇ ରବ୍ ୱାଲ୍ଟର କହିଛନ୍ତି, ବିଶ୍ୱକପରେ ଏମାନଙ୍କ ଅନୁପସ୍ଥିତ ଅତ୍ୟନ୍ତ ନୈରାଶ୍ୟଜନକ । ଉଭୟଙ୍କ ଉପସ୍ଥିତି ଦକ୍ଷିଣ ଆଫ୍ରିକ ପାଇଁ ମୂଲ୍ୟବାନ । ଅନ୍ୟପକ୍ଷରେ ଏବେ ଦଳରେ ସ୍‌ାମିଲ ହୋଇଥିବା ଏହା ଆନ୍ଦିଲେ ଓ ଲିଜାଦ୍ ଗତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଦକ୍ଷିଣ ଆଫ୍ରିକାରୁ ପ୍ରତିନିଧିତ୍ୱ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking